ପୁରୁଷୋତ୍ତମପୁର: 12.04.2023( ପ୍ରସନ୍ନ କୁମାର ଦାସ) ବାର ଏସୋ ସିଏସନ ର ନବ ନିର୍ବାଚିତ ସଦସ୍ୟ ମାନଙ୍କ ଅଧିକାଂଶ ଆଇନ ଯିଵିଙ୍କୁ ନେଇ ପ୍ରଥମ ବୈଠକ ବାର ହଲ ପରିସରରେ ସଭାପତି ଉପେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା | ଏହା ସହ ସମ୍ପାଦକ ସିମାଞ୍ଚଳ ମିଶ୍ର, ଉପସଭାପତି ଗୌରୀ ଶଙ୍କର ରାଉଳ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ବେହେରା ମଞ୍ଚାସିନ ରହିଥିଲେ | ଆଜିର ଏହି ବୈଠକ ରେ ଶବ ଜର୍ଜ କୋର୍ଟ ସ୍ଥାପନ ଉପରେ ସଭାପତି ଅନ୍ୟ ଆଇନ ଯିବିଙ୍କ ସହ ଆଲୋଚନା କରିଥିଲେ | ଏହାସହ ବାର କୁ ଲାଗି ରହିଥିବା ନିର୍ମାଣ ଧିନ କୋଠାର କାର୍ଯ୍ୟ ସମୁର୍ଣ ଉପରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ 5ଲକ୍ଷ ଟଙ୍କା ଦେବାକୁ କହିଥିବାରୁ ସେହି ଅର୍ଥ ଆସିଲେ କୋଠାର କାର୍ଯ୍ୟ ସମର୍ଣ୍ଣ ହେବ ବୋଲି କହି ଥିଲେ | ଏହା ସହ ଅନ୍ୟନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା, ପର୍ଯ୍ୟା ଲୋଚନା ହୋଇଥିଲା | ଆଗାମୀ ଦିନରେ ସମସ୍ତ ଓକିଲ ମାନେ କେସ ଲଢ଼ୁଥିବା ମହକିଲ ମାନଙ୍କୁ ଉତ୍ତମବ୍ୟବହାର, ଦେବା ସହ ନିଜ ଭିତରେ ଶାଳୀନତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରା ଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,, ରଞ୍ଜନ କୁମାର ଦାଶ, ବାସୁଦେବ ମହାପାତ୍ର, ସ୍ୱରାଜ୍ୟ ପାଣିଗ୍ରାହୀ, ଅରୁଣ କୁମାର ପଣ୍ଡା, ବାସୁଦେବ ଜେନା, ଦେବେନ୍ଦ୍ର ମହାପାତ୍ର, ଜଗମୋହନ ପଟନାୟକ, କେଦାର ପଟନାୟକ, ସୀତାରାମ ପାଣିଗ୍ରାହୀ, ପ୍ରଭାତ କୁମାର ପଟନାୟକ, ରାମ ଆଚାର୍ଯ୍ୟ, ସିମାଞ୍ଚଳ ସେଠୀ ଙ୍କ ସହ ବହୁ ଆଇନ ଯିବି ଉପସ୍ଥିତ ଥିଲେ |

