You are currently viewing ଶିକ୍ଷା , ସ୍ବାସ୍ଥ୍ୟ ଓ ପରିମଳ ମୋର ପ୍ରାଥମିକତା – କେ.ଅନିଲ କୁମାର
ଶିକ୍ଷା , ସ୍ବାସ୍ଥ୍ୟ ଓ ପରିମଳ ମୋର ପ୍ରାଥମିକତା – କେ.ଅନିଲ କୁମାର

ବ୍ରହ୍ମପୁର : ଆଜି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶ୍ରୀ କେ.ଅନିଲ କୁମାର ନିର୍ବାଚନ ପ୍ରଚାର୍ କୁ ଜୋର୍ ଦାର୍ କରି ସହରର ବାଲାଜୀ ପେଣ୍ଠ ସାହି ,ଚନ୍ଦ୍ରମା ସାହି ,ମୁକ୍ତିପଥ ସାହି , ହାତୀବନ୍ଧ ସାହି, ଅରବିନ୍ଦ ନଗର,ରାମକୃଷ୍ଣ ନଗର,ବଡ଼ ଖେମୁଣ୍ଡି ସାହି , ଗୋଦାବରୀଶ ନଗର ପ୍ରଭୃତି ରେ ବ୍ୟାପକ ପ୍ରଚାର କରିଥିଲେ। ଲୋକଙ୍କୁ ପଚିଶ ବର୍ଷର ସ୍ଥାଣୁ ଓ ଦୃନିର୍ତି ଗ୍ରସ୍ଥ ସରକରକୁ ହଟାଇବା ପାଇଁ ନିବେଦନ କରିଥିଲେ । ବିଭିନ୍ନ ପଥପ୍ରାନ୍ତ ସଭାରେ ଅନିଲ କୁମାର କହିଛନ୍ତି ସେ ବିଜୟୀ ହେଲେ ସହରର ଶିକ୍ଷା , ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ତାଙ୍କର ପ୍ରାଥମିକତା ହେବ ।
ସହରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ରେ ଶିକ୍ଷକ ନାହାଁନ୍ତି । ବଡ ମେଡିକାଲ ଓ ସିଟି ହସ୍ପିଟାଲ୍ କଥା ନ କହିବା ଭଲ । ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ,ଏହି ସବୁର ସୁଧାର ଆଣିବା ପାଇଁ ବିଜେପିକୁ ଭୋଟ ଦେବାପାଇଁ କେ . ଅନିଲ କୁମାର ନିବେଦନ କରିଥିଲେ ।


ଏହି କାର୍ଯ୍ୟକ୍ରମ ରେ ପିତବାସ ପଣ୍ଡା, ଶରତ ପଟ୍ଟନାୟକ,ଅଶୋକ ଶୁକ୍ଳ,ବଦ୍ରି ନାୟକ, ଟୁଙ୍କ ପାତ୍ର , ସଞ୍ଜୟ ମିଶ୍ର,ଏମ. ଜଗଦୀଶ ରାଓ, ରଘୁନାଥ ପାଣିଗ୍ରାହୀ,ଅନିଲ ପଣ୍ଡା, ଜୁବୁଲି ଆଚାର୍ଯ୍ୟ, ସଞ୍ଜୟ ଜେନା,ମନିତା ଦାସ , ବର୍ଷା ବିଦୁସ୍ମିତା, ତୁତୁନ ପାତ୍ର,ପ୍ରଦୀପ ମିଶ୍ର, କମଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ ::