ଭୁବନେଶ୍ୱର , ୨୦/୦୮ -:- ଭାରତ ରତ୍ନ ଶ୍ରୀ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ -୨୦୨୫ ପାଳନ ହୋଇଯାଇଛି। ଏହି ସଭାରେ NCC, NSS, Soute and guide ଏବଂ YRC ର ଯୋଗ୍ୟ ବିବେଚିତ ଅଫିସର୍ ମାନଙ୍କଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ NCCପକ୍ଷରୁ ଯେଉଁ ୧0 ଜଣଙ୍କୁ ସମ୍ମାନିତ କରାଯାଇଛି ସେମାନଙ୍କ ମଧ୍ୟରେ କେବିଡ଼ିଏବି ମହାବିଦ୍ୟାଳୟ, ,ନିରାକାରପୂରର ଜାତୀୟ ସମର ଶକ୍ଷାର୍ଥୀ ବାହିନୀର ପ୍ରଶିକ୍ଷକ ତଥା ତର୍କ ଶାସ୍ତ୍ରର ଅଧ୍ୟାପିକା ଲେଟୁନାଣ୍ଟ ଲଷ୍ମୀପ୍ରିୟା ଚାନ୍ଦ ଶ୍ରେଷ୍ଠ NCC Officer ଭାବରେ ସ୍ଥାନ ପାଇଛନ୍ତି। ଏହି ସମ୍ମାନ ର ଶ୍ରେୟ ସେ ତାଙ୍କର କଲେଜ ର ଅଧକ୍ଷ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ.


ସର୍ବୋପରି NCC କ୍ୟାଡେଟ ତାଙ୍କର ପିତା ମାତା ସ୍ୱାମୀ ଭାଇ ଏବଂ ଭଉଣୀଙ୍କୁ ଙ୍କୁ ଅର୍ପଣ କରିଛନ୍ତି । ଏହି ସଭାରେ ଉପସ୍ଥିତ ଥିବା ବରେନ୍ୟ ଅତିଥି ମାନେ ହେଉଛନ୍ତି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି , ସଭାପତି, ମୁଖ୍ୟ ବକ୍ତା Prof କୁମାର ବର ଦାସ Ex – Vice Chancellor ଫକିର ମୋହନ ବିଶ୍ଵବିଦ୍ୟାଳୟ, ଏବଂ ସଭା ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଓଡ଼ିଶା ରାଜିବ ଗାନ୍ଧୀ ଛାତ୍ର ଫୋରର୍ମ୍। ଏହି ସଭାରେ ନିରକାରପୁର କଲେଜର ୩୦ କ୍ୟାଡେଟ ମଧ୍ୟ ଯୋଗ ଦେଇଥିଲେ।

