ଖଲ୍ଲିକୋଟ :18/1 ଗତ ଜାନୁଆରୀ ମାସ 9 ତାରିଖ ରୁ ପୁରୀ ଶ୍ରୀ ଜଗନ୍ନାଥ ଙ୍କ ର ପରିକ୍ରମା ମାର୍ଗ ର ଯଜ୍ଞ ଓ ଲୋକାର୍ପଣ ଗତକାଲି ପୁରୀ ଗଜପତି ଓ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମାପନ ହେଲା |ଏହାକୁ ଖଲ୍ଲିକୋଟ ବ୍ଲକ ପୁର ପଲ୍ଲୀ ଓ ସହର ରେ ବହୁ ଆଡମ୍ବର ସହକାରେ ପାଳନ କରାଗଲା |ଏ ଉପଲକ୍ଷେ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଓ ଏନ ଏ ସି ପ୍ରଶାସନ ତରଫରୁ ଅର୍ପଣ ରଥ ଜରିଆରେ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର 163 ଗୋଟି ଗ୍ରାମ ଓ ଏନ ଏ ସି ର 12 ଗୋଟି ୱାର୍ଡ ର ପରିକ୍ରମା ରଥ ବୁଲିଲା ଲୋକ ମାନେ ଜଗନ୍ନାଥ ଙ୍କ ଭକ୍ତି ରେ ଭିଜି ଅର୍ପଣ ରଥ କୁ ହୁଳହୁଳି ଓ ହରିବୋଲ ଓ ନାମ ସଂକୀର୍ତନ ରେ ବନ୍ଦାପନା କରି ପରିକ୍ରମା ଯଜ୍ଞ ରେ ଲାଗିବା ପାଇ ଚାଉଳ ଗୁଆ ଓ ପଇସା କୁ ଅକୁଣ୍ଠ ଭାବେ ଦାନ କଲେ |ତେବେ ଜଗନ୍ନାଥ ଙ୍କ ନାମରେ ମିଳିଥିବା ଦୂର୍ଲଭ ଦାନ ଚାଉଳ କୁ ଜଗନ୍ନାଥ ଧାମ ରେ ପହଞ୍ଚାଇ ଶ୍ରୀ ଜୀଉ ମାନଙ୍କ ସେବା ରେ ଲାଗ|ଇବା ବଦଳରେ ଦାନ ସୂତ୍ର ରେ ଆଦାୟ ହୋଇଥିବା ଚାଉଳ ପଂଚାୟତ କାର୍ଯ୍ୟାଳୟ ପରିତ୍ୟକ୍ତ ଗୋଦାମ ଗୃହ ଓ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ଙ୍କ ରୋଷେଇ ଶାଳରେ ପଡ଼ି ରହିଛି |ସେହିପରି ପ୍ରତି ପଂଚାୟତ ରୁ ପ୍ରାୟ 20 କୁଇଣ୍ଟାଲ ଚାଉଳ ଓ ପ୍ରାୟ 20 ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ଏହାର ପ୍ରକୃତ ହିସାବ ବ୍ଲକ ପ୍ରଶାସନ ରେ ପହଂଚି ପାରିନି |ଦାନ କୁ ନେଇ ଜଗନ୍ନାଥ ପ୍ରେମୀ ଙ୍କ ମହଲରେ ମିଶ୍ର ପ୍ରତିକ୍ରୟା ସୃଷ୍ଟି ହୋଇଥିବା ବେଳେ ଯଜ୍ଞ ଓ ପରିକ୍ରମା ମାର୍ଗ ଲୋକାର୍ପଣ ଉଦ୍ଦେଶ୍ୟ ରେ ଆଦାୟ ହୋଇଥିବା ଚାଉଳ ବିନିଯୋଗ ହୋଇ ନଥିବାରୁ ଏହା ସାଧାରଣ ରେ ଆଘାତ ଦେଇଛି |ଏ ସମ୍ପର୍କରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଙ୍କ ସହ ଯୋଗାଯୋଗ କରିବାରେ ଆସନ୍ତା 24 ତାରିଖ ଦିନ ଖଲ୍ଲିକୋଟ ବ୍ଲକ ର ପ୍ରତି ପଂଚାୟତ ରୁ 20 ଙ୍କୁ ପୁରୀ ପଠାଯିବ ସେହି ସମୟରେ ପଂଚାୟତ ପିଛା 10 କିଲୋ ଚାଉଳ ପୁରୀ ପଠାଯିବ ବୋଲି ସୂଚନା ଦେଇଥିବା ବେଳେ ବଳକା ଚାଉଳ ଓ ପଇସା ସମ୍ପର୍କରେ କିଛି କହି ନଥିଲେ | ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ର କର୍ମକର୍ତା ମାନେ ତୀବ୍ର ସମାଲୋଚନା କରି ନିର୍ବାଚନ ପୂର୍ବରୁ ଏହା ଏକ ପ୍ରତାରଣା ବୋଲି ପ୍ରକାଶ କରିଛନ୍ତି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
