You are currently viewing ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମାଜିକ ସମରସତା ପ୍ରାନ୍ତ ବୈଠକ ଗୁରୁବାର ଦିନ ଆଙ୍କୁଲି ପଣ୍ଡା କଲନି ଠାରେ ସମାପନ ହୋଇଯାଇଛି l
ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମାଜିକ ସମରସତା ପ୍ରାନ୍ତ ବୈଠକ ଗୁରୁବାର ଦିନ ଆଙ୍କୁଲି ପଣ୍ଡା କଲନି ଠାରେ ସମାପନ ହୋଇଯାଇଛି l

ବୈଠକରେ ଶ୍ରୀମାନ ଦେବାଜୀ ରାବତ, କେନ୍ଦ୍ରୀୟ ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ,ରାଷ୍ଟ୍ରୀୟ ପ୍ରବକ୍ତା, ଗୌତମ ସରକାର, କଲିକତା କ୍ଷେତ୍ର ପ୍ରମୁଖ ସାମାଜିକ ସମର ସତା ପ୍ରମୁଖ, ସନ୍ଥ ସତ୍ୟାନନ୍ଦ ଗିରି, ଓଡିଶା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ଶରତ କୁମାର ପ୍ରଧାନ, ଓଡିଶା ପ୍ରାନ୍ତ ସାମାଜିକ ସମର ସତା ପ୍ରମୁଖ ଶ୍ରୀ ତରଣୀ ସେନ ଦାସ, ବିଭାଗ ସଂଗଠନ ମନ୍ତ୍ରୀ ଡ଼ଃ ଅରୁଣ ପ୍ରସାଦ ପାଢ଼ୀ I ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କ୍ଷେତ୍ରବାସୀ ରଥ, ଗଞ୍ଜାମ ଜିଲ୍ଲାବଜରଙ୍ଗ ଦଳ ସଂଯୋଜକ ଶ୍ରୀ ବଳରାମ ମହାରଣା, ବ୍ରହ୍ମପୁର ନଗର ସଂଯୋଜକ ଶ୍ରୀ ନନ୍ଦ କୁମାର ସାହୁ, ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ଶ୍ରୀ ଶ୍ରୀନିବାସ ଅଚାରୀ, ଗଞ୍ଜାମ ଜିଲ୍ଲା କୋଷାଧକ୍ଷ ଶ୍ରୀ ହେମନ୍ତ ପତ୍ର, ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା, ଏବଂ ୫୦ ରୁ ଉର୍ଦ୍ଧ ବିଭିନ ଜିଲ୍ଲାର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ I ବିଶ୍ଵହିନ୍ଦୁ ପରିଷଦ ର ରାଷ୍ଟ୍ରିୟ ପ୍ରବକ୍ତା ସାଧୁ ସନ୍ଥ ଓ ପ୍ରବଚକ ମାନଙ୍କୁ ସୋସିଆଲ ମିଡ଼ିଆ ରେ ଖରାପ ବ୍ୟବହାର, ଗଞ୍ଜାମ ଜିଲ୍ଲା ଵଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ଙ୍କୁ ମିଥ୍ୟା ମାମଲା ରେ ଜେଲ ପଠାଇବା ଲାଗି କ୍ଷଭୋ ପ୍ରକାଶ କରିଥଲେ I ଯଦି ଏଭଳି ହୁଏ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ମାନେ ରାଜ ରାସ୍ତା ରେ ଓଲ୍ହାଇବ ବୋଲି ବୈଠକରେ କୁହାଯାଇଛି l

ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରାଙ୍କ ରିପୋର୍ଟ ::