You are currently viewing ବିଜେପି ବିଜେଡି କୁ ବାହା କରେଇଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା
ବିଜେପି ବିଜେଡି କୁ ବାହା କରେଇଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଗାନ୍ଧୀ ଛକ ଠାରେ ରାଜନୀତିରେ ଓଡ଼ିଶାର ବିକାଶ ନାଁରେ ନିଜ ନିଜର ଅବୈଧ କାମ ବାସନାକୁ ଚରିତାର୍ଥ କରୁଥିବା ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି କି ଉଭୟ ବିଜେପି ବିଜେଡ଼ି ପ୍ରେମିକ ପ୍ରେମିକା ନାଟ କରି ଲୋକ ଲୋଚନରେ ପଡ଼ୁଥିବା ହାସ୍ୟାସ୍ପଦ ବିଷୟ ହୋଇଛି ।ତେଣେ ରାଜ୍ୟ ରାଜନୀତିରେ ଉଭୟ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ କେନ୍ଦ୍ର ଶାସନାଧୀନ ବିଜେପିର ସମସ୍ତ ତର୍କ ଏବଂ ବିଲକୁ ବିଜେଡ଼ିର ଆଖିବୁଜା ସମର୍ଥନ ଭୋଟରଙ୍କୁ ସନ୍ଦିହାନ କରିଛି


ଓଡ଼ିଶାରେ ଉଭୟ ଦଳର କର୍ମୀ ସଂଗଠକ ଏବଂ ରାଜନେତା ରାଜ୍ୟ ଘଟଣାକୁ ନେଇ ସର୍ବଦା ତୁ ତୁ ମେଁ ମେଁ ହେଉଥିଲା ବେଳେ ସାଂପ୍ରତିକ ରାଜ୍ୟସଭା ନିର୍ବାଚନରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପୁନରାୟ ବିଜେଡ଼ି ସମର୍ଥନ କରୁଥିବା ଘଟଣା ଉଭୟ ଦଳର ପାରସ୍ପରିକ ପରକୀୟା ପ୍ରୀତିକୁ ନେଇ ସାଧାରଣରେ ଚର୍ଚ୍ଚା ସହ ଏହାକୁ ନେଇ ସମାଲୋଚନା କରୁଛନ୍ତି ।

ଓଡ଼ିଶାରେ ଦୀର୍ଘ ପଚିଶି ବର୍ଷ ଧରି ମିଳିତ ଲୁଟ କରୁଥିବା ଏହି ଦୁଇ ଦଳର ଅବୈଧ ସଂପର୍କରେ ସୁଧାର ଆଣି ଏମାନଙ୍କ ସମ୍ପର୍କକୁ ସାମାଜିକ ବୈଧତା ଦେବା ଉଦ୍ଧେଶ୍ୟରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦୁଇ ଦଳକୁ ବିବାହ ବନ୍ଧନରେ ଆବଦ୍ଧ କରାଇ ସାଧାରଣ ଜନତାଙ୍କୁ ଏମାନଙ୍କ ସଂପର୍କ ନେଇ ସଚେତନତା କରୁଥିବା ଦେଖା ଯାଉଛି ଅଖିଳ ଭାରତ କଂଗ୍ରେସ କମିଟିର ଚୂଡାନ୍ତ ନିଷ୍ପତି କ୍ରମେ ଓଡ଼ିଶା ପିସିସି ପକ୍ଷରୁ ପ୍ରତି ବ୍ଲକ ସ୍ତରରେ ଜନସାଧାରଣଙ୍କ ଠାରେ ବିଜେପି ଓ ବିଜେଡ଼ିର ଏହି ଅବୈଧ ସମ୍ପର୍କକୁ ନେଇ କଂଗ୍ରେସ ସଚେତନତା କରାଇବା ଲକ୍ଷ୍ୟରେ ଉଭୟ ଦଳକୁ ବିବାହ କରାଉଥିବା ଦେଖିବାକୁ ମିଳିଛି ଆଜି ଏହି କ୍ରମରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ଠାରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଏବଂ ବିଜେଡ଼ିର ଶୁଭ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।


ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ଆୟୋଜିତଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଏ ବାବୁଲା ଦୋରାଙ୍କ ପୌରହିତ୍ୟ କରିଥିଲେ ।
ଆୟୋଜିତ ଏହି ଶୁଭ ବିବାହ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ କର୍ମୀଙ୍କ ସହିତ ସାନଖେମୁଣ୍ଡି ବିଧାୟକ ତଥା ରାଜ୍ୟ ପ୍ରଚାର୍ କମିଟି ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା , ରାଜ୍ୟ ଓବିସି ସେଲର ସଭାପତି ତଥା ଆସିକାର ଆଶାୟୀ ସାଂସଦ ପ୍ରାର୍ଥୀ ଅମୀର କୁମାର ଭୂୟାଙ୍କ ସମେତ ବହୁ ଦଳୀୟ ଜନ ପ୍ରତିନିଧି ଏବଂ କର୍ମୀ ସଂଗଠକ ସମୁହ ଉପସ୍ଥିତ ରହିଥିଲେ ।
ବିବାହ ଉତ୍ସବରେ ଉଭୟ ବିଜେପି ବର ଓ ବିଜେଡି କନ୍ୟାଙ୍କୁ ସଜାଯାଇ ଉପଯୁକ୍ତ ବେଶଭୂଷାରେ ଯଥାରୀତି ପ୍ରକାରେ ମାଙ୍ଗଳିକ ରୀତିରେ ବିବାହ ଉତ୍ସବର ଆୟୋଜନ ହୋଇଥିଲା । ବରଯାତ୍ରୀ ପଟୁଆର ଗାନ୍ଧୀ ଛକରୁ ବାହାରି ସାନଖେମୁଣ୍ଡି ବ୍ଲକ ପରିସର ସହ ମହାନଳା ଗ୍ରାମ ପରିକ୍ରମା କରିଥିଲେ । ଗାନ୍ଧୀ ଛକ ଠାରେ ପୂର୍ବ ପ୍ରସ୍ତୁତ ବିବାହ ବେଦିରେ ଉଭୟଙ୍କ ମଧ୍ୟରେ ବିବାହ କରାଯାଇ ନବ ଦମ୍ପତିଙ୍କୁ ଗାନ୍ଧୀ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ଵରେ ପରିକ୍ରମା କରାଇ ଆଶୀର୍ବାଦ ନିଆଯାଇଥିଲା ।