You are currently viewing ୧୫୦୧ ରକ୍ତ ସଂଗ୍ରହ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ବିଧାୟକ
୧୫୦୧ ରକ୍ତ ସଂଗ୍ରହ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ବିଧାୟକ

ଛତ୍ରପୁର ତା ୨୬/୬/୨୬(ଅରୁଣ କୁମାର ପଣ୍ଡା )
ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମ ଦିନ ଏହାକୁ ନେଇ ରାଜ୍ୟ ବ୍ୟାପି କେଉଁଠି ହୋଇଥିଲା ପୂଜାର୍ଚନା ତ କେଉଁଠି ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ର ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ହୋଇଥିଲା ବିଶାଳ ମେଗା ରକ୍ତଦାନ ଶିବିର ଯାହାର ନେତୃତ୍ୱ ନେଇଥିଲେ ସ୍ଥାନୀୟ ଛତ୍ରପୁର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ଛତ୍ରପୁର ସ୍ଥିତ ନୂଆ ବସଷ୍ଟାଣ୍ଡରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି ରକ୍ତଦାନ ଶିବିରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶହ ଶହ କର୍ମୀ ଓ ବାସିନ୍ଦା ମାନେ ସ୍ବେଚ୍ଛାକୃତ ଭାବେ ପହଞ୍ଚି ରକ୍ତଦାନ କରିଥିଲେ ଯାହାକି ଶେଷରେ ୧୫୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଏବଂ ଏହା ଜିଲ୍ଲା ରେ ରେକର୍ଡ ସଂଖ୍ୟକ ବୋଲି କୁହାଯାଇଛି ।
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅଧିକ ରହିଥିବା ବେଳେ ବିଭିନ୍ନ ମେଡିକାଲରେ ରକ୍ତର ଘୋର ସଙ୍କଟ ଦେଖିବାକୁ ମିଳିଛି । ବିଶେଷ କରି ଏମକେସିଜି ମେଡିକାଲର ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ଯୋଗୁଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏମକେସିଜି ନୁହେଁ ବରଂ ସାରା ରାଜ୍ୟରେ ମଧ୍ୟ ରକ୍ତର ସଙ୍କଟ ଦେଖିବାକୁ ମିଳିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଏଭଳି ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଆଉ ଏହି ଶିବିରରେ ଏଥିପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲର ରକ୍ତ ଭଣ୍ଡାର, ଭଞ୍ଜନଗର ମେଡିକାଲ ରକ୍ତ ଭଣ୍ଡାର, ଗଜପତି ମେଡିକାଲର ରକ୍ତ ଭଣ୍ଡାର ଓ କଟକ ମେଡିକାଲ ରକ୍ତ ଭଣ୍ଡାରର ଟିମ୍ ପହଞ୍ଚି ରକ୍ତଦାତା ମାନଙ୍କର ରକ୍ତ ସଂଗ୍ରହ କରିଥିଲେ ।


ଆଗାମୀ ଦିନରେ ମଧ୍ୟ ଏଭଳି ରକ୍ତଦାନ ଶିବିର ଆଗକୁ ଜାରି ରହିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ । ଏହି ଅବସରରେ ଆୟୋଜିତ ଶିବିର କୁ ବିଧାୟକ ଙ୍କ ପ୍ରତିନିଧି ବନୋଜ ନାହାକ, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ N ଦୁର୍ଯ୍ୟୋଧନ ରେଡ୍ଡୀ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ସାଂସଦ ପ୍ରତନିଧି ସନ୍ତୋଷ ରେଡ୍ଡୀ,ଆଶୁତୋଷ ମହାପାତ୍ର, ଭାସ୍କର ବେହେରା, ସନ୍ତୋଷ ସେଠି, ପ୍ରଦୋଷ ବେହେରା,ଉଦୟ ନାୟକ,ଯୁବ ମୋର୍ଚା ସଭାପତି ସୁରେଶ ରେଡ୍ଡୀ,ବିଶିଷ୍ଟ ସମାଜ ସେବି କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ )
ବରିଷ୍ଟ ବିଜେପି ନେତୃବୃନ୍ଦ ଯୁବ ନେତା, ଓ ସମସ୍ତ ମଣ୍ଡଳ ସଭାପତି, ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଙ୍କ ନେତୃତ୍ୱ ରେ ଶତାଧିକ ଲୋକ ପହଂଚି ରକ୍ତଦାନ କରଥିଲେ।