You are currently viewing ପୁରୁଷୋତ୍ତମପୁର ବିଜେପି ପକ୍ଷରୁ ବ୍ଲକ ଘେରାଉ,ପୁରୁଷୋତ୍ତମପୁର ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନିତି, ଓ ଭ୍ରଷ୍ଟାଚାର
ପୁରୁଷୋତ୍ତମପୁର ବିଜେପି ପକ୍ଷରୁ ବ୍ଲକ ଘେରାଉ,ପୁରୁଷୋତ୍ତମପୁର ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନିତି, ଓ ଭ୍ରଷ୍ଟାଚାର

ପ୍ରସଙ୍ଗକୁ ନେଇ ବ୍ଲକ ଘେରାଉ କରାଯାଇଥିଲା ।

ଆଜି ପୂର୍ବାହ୍ନ 12 ଘଣ୍ଟା ସମୟରେ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା ଓ ଙ୍କ ଭାରତୀ ବେହେରା ଙ୍କ ସଂଯୋଜନା ରେ କାଳୀ ମନ୍ଦିର ଛକ ଠାରୁ ପ୍ଲାକାର୍ଡ ଧରି ବହୁ ମହିଳା ଓ ପୁରୁଷ ବିଜେପି କର୍ମୀ ନବୀନ ସରକାର ଙ୍କ ମନ ମୁଖୀ କାର୍ଯ୍ୟ, ଭ୍ରଷ୍ଟାଚାର, ଦୁର୍ନୀତି ଏବଂ ଚାଷୀଙ୍କୁ ମରୁଡିର ଘୋଷଣା କରିବା ସହିତ କ୍ଷୟ କ୍ଷତି ପୂରଣ ଦେବା ଦାବିରେ ଆଜି ରାଜ୍ୟ ପାଳ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଙ୍କ ଜରିଆରେ ଦାବି ପତ୍ର ଦେବାପାଇଁ 1000 ରୁ ଅଧିକ ଚାଷୀ, ନେତା, କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ କୁ ଯାଇ, ଓଡ଼ିଶାର ମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ କୁଶାସନ ଉପରେ ଗର୍ଜନ କରି ବିଡ଼ିଓ ଅନୁପ ସ୍ଥିତି ଥିବାରୁ ତହସିଲଦାର ଙ୍କୁ ଦାବି ପତ୍ର ଦେଇ ଥିଲେ |

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପୃଥ୍ଵୀ ରାଜ ଜିଲ୍ଲା ସମ୍ପାଦକ ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ନିର୍ବାଚନ ବିଧାୟିକା ପାର୍ଥୀ ଭାରତୀ ବେହେରା, ଜିଲ୍ଲା ସମ୍ପାଦକ ଯଜ୍ଞ ନାରାୟଣ ଦାଶ, ବ୍ଲକ ଓବିଶି ସଭାପତି କୋରା ନାଥ ସାହୁ,ଶେଷଦେବ ପଣ୍ଡା, ଲିଟୁନ ଦାଶ, ମଇନା ବେହେରା, ବସନ୍ତ ସ୍ବାଇଁ ଙ୍କ ସହ ବହୁ ବ୍ଲକ ସ୍ତରୀୟ ନେତା କର୍ମୀ ଉପସ୍ଥିତ ରହି ଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ