You are currently viewing ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ।

ବ୍ରହ୍ମପୁର , ୨୫/୧୨ – -:- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ବଡ଼ ବଜାର ଖାସ୍ପା ସାହି ସ୍ଥିତ ବଡ଼ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି ।

ଏଥି ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୬ତମ “ମନ କି ବାତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଆଜିର ଏହି “ମନ କି ବାତ୍” କାର୍ଯ୍ୟକ୍ରମକୁ ଶୁଣିଥିଲେ । ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି, ସମାଜସେବୀ ବସନ୍ତ ପଣ୍ଡା,ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରହ୍ଲାଦ ପାଣିଗ୍ରାହୀ,ବରିଷ୍ଠ ନେତା ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରଶାଦ ସାମଲ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ରତ୍ନଗର୍ଭା ସରସ୍ୱତୀ,କର୍ପୋରେଟର୍ ସବିତା ସାହୁ,ଡ଼ି.କରୁଣାକର,ପ୍ରଦୀପ ଶତପଥି,ରଞ୍ଜିତା ବେହେରା,ସୁନିଲ କୁମାର ସାହୁ,ମଣ୍ଡଳ ସଭାପତି ବିନାୟକ ରଥ ପ୍ରମୁଖ ଦୀପ ପ୍ରଜ୍ୱଳନ କରି ସୋଭା କାର୍ଯ୍ୟ ଆରମ୍ଭ କରିବା ସହ ଭାରତ ରତ୍ନ ଅଟଳଜୀ ଏକା ଧାରରେ ଜଣେ କବି,ସାହିତ୍ୟିକ,ସାମ୍ୱାଦିକ ଓ ରାଜନେତା ଥିଲେ । ଅଟଳଜୀଙ୍କ ବିଚାର ଏବଂ ଦେଶର ପ୍ରଗତି ପାଇଁ ତାଙ୍କର ଉତ୍ସର୍ଗୀକୢତ ମନୋଭାବ ଆମକୁ ସର୍ବଦା ଦେଶର ସେବା କରିବାକୁ ପ୍ରେରଣା ଯୋଗାଇବ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ବିକାଶର ଯୁଗ,ଗରିବଙ୍କ ପାଇଁ ବିଭିନ୍ନ କଲ୍ୟାଣ ଯୋଜନା ଏବଂ ଦେଶରେ ଉତ୍ତମ ପ୍ରଶାସନ ଆରମ୍ଭ କରି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ମଞ୍ଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ । ଆଜି ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା କେ.ଟୁଙ୍ଗୁରୁ ପାତ୍ର,ଗୋବିନ୍ଦ ସାହୁ, କେ.ରବି ରାଓ,ଜିଲ୍ଲା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ମହେନ୍ଦ୍ର ସାବତ,ଅଶୋକ ନିମାଇଁ,ରାଜ କିଶୋର ପାତ୍ର, ଡ଼ା.ରାମହରି ଖଣ୍ଡୁଆଳ,ବାଙ୍କାନିଧି ସେଠୀ,ସୁମନ ଶତପଥି,ନୀଳାଞ୍ଚଳ ପଣ୍ଡା,ତିରୁମଲ୍ଲା ରାଓ,ପିଣ୍ଟୁ ମହାନ୍ତି,ସନ୍ତୋଷୀ ସାହୁ,ସୁବ୍ରତ ପାଳ ପ୍ରମୁଖଙ୍କ ସମେତ ଶହେ କୋଡ଼ିଏରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।