ପୋଲସରା ୪/୨/୨୬ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ସ୍ଥିତ ଧନେଇ କେନାଲ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଟକଳ ରାଶି ପ୍ରାୟ ୫. ୫ କୋଟି ଟଙ୍କା ବ୍ୟୟରେ ୬କିଲୋମିଟର ରାସ୍ତା ର ଉର୍ନ୍ନତି କରଣ ହେବାକୁ ଥିବା ଧନେଇ କେନାଲ ରାସ୍ତାର ତାଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ରାସ୍ତା ହେବ ଦ୍ୱାରା ଶତାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଯୁବନେତା ପ୍ରଭାକର ପଣ୍ଡା,ଧନେଇ ଜଳସେଚ ପ୍ରକଳ୍ପ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ସଂଜୀବ ପଣ୍ଡା, ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ଗୀତାଞ୍ଜଳି ସାହୁ, ରଘୁନାଥ ପଣ୍ଡା, ରାଜେନ୍ଦ୍ର ପାତ୍ର,ମହେଶ୍ୱର ପରିଡ଼ା ସମେତ ବିଜେପିର ବହୁ କର୍ମକର୍ତା ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

