You are currently viewing ଗାଁ ଦାଣ୍ଡ କଙ୍ଗାରୁ କୋର୍ଟ ,୨ ଦଳିତଙ୍କୁ ନିଧୁୁମ୍‌‍ ମାଡ଼ ସହ ଅଧାଲଣ୍ଡା କରି ଆଣ୍ଠେଇ ଚଳାଇବା ଘଟଣା କୁଦୃଢ଼ ନିନ୍ଦା ସହ ଏସପି ଙ୍କୁ ଭେଟିଲେ ରାଜ୍ୟ ବିଜେଡ଼ି ଏସ୍‌‍ସି ସେଲ ଆବାହକ ମହେଶ ସାହୁ ।।
ଗାଁ ଦାଣ୍ଡ କଙ୍ଗାରୁ କୋର୍ଟ ,୨ ଦଳିତଙ୍କୁ ନିଧୁୁମ୍‌‍ ମାଡ଼ ସହ ଅଧାଲଣ୍ଡା କରି ଆଣ୍ଠେଇ ଚଳାଇବା ଘଟଣା କୁଦୃଢ଼ ନିନ୍ଦା ସହ ଏସପି ଙ୍କୁ ଭେଟିଲେ ରାଜ୍ୟ ବିଜେଡ଼ି ଏସ୍‌‍ସି ସେଲ ଆବାହକ ମହେଶ ସାହୁ ।।

ତାଳଚେର :୨୪/୬ ରାଜ୍ୟରେ ଆଇନ ଶୃଙ୍ଖଳା ବୃଦ୍ଧି ପାଇବା ସହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂତନ ସରକାର ଆସିବାର ମାତ୍ର ବର୍ଷକ ଭିତରେ ଦୁର୍ନୀତି, ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ହତ୍ୟା, ଲୁଟ୍‌‍ ଓ ଦୁଷ୍କର୍ମ ଭଳି ଘଟଣା ଶିଖର ଛୁଇଁଥିଲା ବେଳେ ନିତି ଦିନ ଏହି ଖବର ରାଜ୍ୟ ଗଣମାଧ୍ୟମ ରେ ପ୍ରମୁଖ ଶିରୋନାମା ପାଲଟିଛି । ଏତେ ସବୁ ଘଟିଲା ପରେ ମଧ୍ୟ ସରକାର ଲୋକଙ୍କ ସରକାର ବୋଲି ନିଜ ଢୋଲ ନିଜେ ପିଟୁଛନ୍ତି ବୋଲି ଶ୍ରୀ ସାହୁ କଟାକ୍ଷ କରିଛନ୍ତି। ତେବେ ସଦ୍ୟ ଭାବେ ଏକ ଅଭାବନୀୟ ଘଟଣା ରେ ସରକାର ଙ୍କ ଅସଲ ପାରିବା ପଣିଆକୁ ପଦାରେ ପକାଇଛି। ବୋଳିଶ୍ରୀ ସାହୁ ଅଭିଯୋଗ କରିଛନ୍ତି । କାରଣ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଖାରିଗୁମ୍ମା ଗ୍ରାମରେ ଦୁଇ ଦଳିତ ଯୁବକଙ୍କୁ ଗୋ ଚାଲାଣ କରୁଥିବା ର ମିଥ୍ୟା ଅଭିଯୋଗ ରେ ଅକଥନୀୟ ନିର୍ଯ୍ୟାତନା ଦେବା ସହ ଗାଁ ଦାଣ୍ଡରେ ଲଣ୍ଡା କରି ଆଣ୍ଠେଇ ବୁଲାଇବା ସହ ତାଙ୍କୁ ମଇଳା ଆବର୍ଜନା ପାଣି ପିଆଇବା ଘଟଣା ବର୍ବରତାର ସୀମା ଲଂଘିଛି। ତେବେ ଉଭୟ ସେଠାରୁ ଖସି ଆସି ଧରାକୋଟ ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ବେଳେ ଧରାକୋଟ ପୁଲିସ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିରେ ସାତରୁ ଆଠଜଣ ସଂପୃକ୍ତ ଥିବା ଥାନାଧିକାରୀ ଚନ୍ଦ୍ରିକା ସ୍ଵାଇଁ ସୂଚନା ଦେଇଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ବୋଲି ଶ୍ରୀ ସାହୁ ଦାବୀ କରିଛନ୍ତି। ଏବଂ ଏ ଘଟଣାର ଦୃଢ଼ ନିନ୍ଦା କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏଵଂ ଦଳିତ ଆଦିବାସୀ ଙ୍କ ପ୍ରତି ଘଟିଥିବା ଘଟଣା ର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡ଼ିଜି ଙ୍କ ଉଦ୍ଦେଶ୍ୟରେ ଅନୁଗୋଳ ଏସପି ଙ୍କୁ ଆଜି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ବିଜେଡ଼ି ଏସ ସି ସେଲ ର ଆବାହକ ମହେଶ ସାହୁ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ନ ହେଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବିଜୁଜନତା ଦଳର ଦଳିତ ନେତା ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ଏବଂ ବର୍ତ୍ତମାନ ସରକାରରେ ଦଳିତ ନିଷ୍ପେସିତ ମାନେ ସୁରକ୍ଷିତ ନାହାଁନ୍ତି ବୋଲି ଅନୁରୂପ ଅଭିଯୋଗ କରିଛନ୍ତି। ନିରିହଙ୍କ ପ୍ରତି ଦେଖା ଦେଇଥିବା ନିର୍ଯ୍ୟାତନା ପ୍ରତି ସରକାର ଠୋସ ପଦକ୍ଷେପ ଗ୍ରହଣ ନ କଲେ ଏହାର ପ୍ରତିବାଦରେ ରାଜରାସ୍ତା ରେ ଲଢେଇ ହେବ ବୋଲି ଅନୁରୂପ ଚେତାବନୀ ଦେଇଥିବା ଏକ ପ୍ରେସ ବିବୃତି ରେ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।।