ସାନଖେମୁଣ୍ଡି: ୨୭/୦୧/୨୦୨୪: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି କୃଷକ ମୋଚାର ରାଜ୍ୟ ଉପସଭାପତି ଶ୍ରୀ ପ୍ରଦୀପ କୁମାର ପତ୍ରି ଙ୍କ ପକ୍ଷରୁ ପାର୍ଟିଅଫିସ ନିକଟରେ ଆଜି ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ କରି ଜାତୀୟ ପତାକା ଉତ୍କଳନ କରିବା ସହ ପାଟପୁର ଗାନ୍ଧୀ ଛକରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି l ପରେ ମାଁ ଗ୍ରାମଦେବତୀ ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ର ଶତାଧିକ କର୍ମୀ ଏକତ୍ରିତ ହୋଇ ଆଗାମୀ ନିର୍ବାଚନ ଉପରେ କିଛି ଆଲୋଚନା କରିଥିଲେ ଏବଂ ଜନସାଧାରଣଙ୍କୁ ଦଳ ପକ୍ଷରୁ ମିଷ୍ଠାନ ବଣ୍ଟନ କରାଯାଇଥିଲା l ଦେଶର ଯୁବକଙ୍କ ସ୍ବପ୍ନହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ । ଏଥୂପାଇଁ ଆଜି ଦେଶର ଅମୃତ ପିଢ଼ି ଯୁବ ବର୍ଗର ବିଶ୍ବାସର ପ୍ରତୀକ ପାଲଟିଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହି ପବିତ୍ର ଦିବସ ଅବସରରେ ପ୍ରଦୀପ ପତ୍ରୀଙ୍କ ନେତୃତ୍ୱରେ ଜାନୁଆରୀ ୨୬ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା l

ଏଥିରେ ହରପ୍ରସାଦ ମହାନ୍ତି ନିରଜ କୁମାର ପାଢ଼ୀ, ସାନଖେମୁଣ୍ଡି ବ୍ଲକ ସଭାପତି ସନ୍ତୋଷ କୁମାର ଲେଙ୍କା ଓ ଭାରତୀୟ ଜନତା ପାର୍ଟିର ଶତାଧିକ କର୍ମୀ ଯୋଗଦେଇ ସମସ୍ତ ଙ୍କ ଏକ ମତଯେ ଆଗାମୀ ୨୦୨୪ ନିର୍ବାଚନ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିବେ କୃଷକ ମୋଚାର ରାଜ୍ୟ ଉପସଭାପତି ଶ୍ରୀ ପ୍ରଦୀପ କୁମାର ପତ୍ରି ସାନଖେମୁଣ୍ଡି ବାସୀଙ୍କ ଏକ ସ୍ୱର l

