ପ୍ରଥମ ସନ୍ଧ୍ୟାରେ ବଲିଉଡ୍ କଳାକାର ବେନି ଦୟାଲ୍ ଙ୍କ ଗୀତରେ ଝୁମିଲେ ଦର୍ଶକ
ଟ୍ରାଫିକ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ପୁଲିସର ସୁବ୍ୟବସ୍ଥା
ବ୍ରହ୍ମପୁର,(ଅମିତ୍ କୁମାର ସାହୁ)୧୩/୧/୨୩/: ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଛି ବ୍ରହ୍ମପୁର ସିଲ୍କସିଟି ଫେଷ୍ଟ ୨୦୨୩ ମହୋତ୍ସବ । ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ କଲେଜ୍ ପଡ଼ିଆ ପରିସରରେ ସିଲ୍ମସିଟି ଫେଷ୍ଟ -୨୦୨୩ ମହୋତ୍ସବ ଆୟୋଜନ କରାଯାଇଛି । ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ରାଜ୍ୟ ଗୃହ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁ , ଓଡ଼ିଶା ଯୋଜନା ବୋର୍ଡ଼ ସଦସ୍ୟ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଡେ଼ପୁଟି ମେୟର ଇ ବିବେକ ରେଡ଼ି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ, ବିଇଏମସି କମିଶନର ଜେ. ସୋନାଲ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମଥର ପାଇଁ ବ୍ରହ୍ମପୁର ସହର ଏହି ମୋହଉତ୍ସବ ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ହଜାର ହଜାର ଲୋକ ଏହି ମୋହଉତ୍ସବରେ ଯୋଗଦେଇ ମଜା ନେଉଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଏଠାକାର ଐତିହ୍ୟ,ସଂସ୍କୃତି, କଳା ଓ କ୍ରୀଡ଼ା ଆଦି ବିଶ୍ୱ ଦରବାରରେ ପହଞ୍ଚିଛି ।

ବ୍ରହ୍ମପୁର ସିଲିକ ସିଟି ମୋହଉତ୍ସବରେ ସ୍ଥାନୀୟ କଳାକାରଙ୍କ ସମେତ ସମସ୍ତ ପ୍ରକାର କଳାକୁ ଏଠାରେ ସୁଯୋଗ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଉଷା ଦେବୀ କହିଛନ୍ତି । ତାହା ସହ ବିଶ୍ୱ ହକି କପ୍ ଓଡ଼ିଶାରେ ଦ୍ଵିତୀୟଥର ପାଇଁ ଆୟୋଜନ ହେବା ଏହା ଆମ ରାଜ୍ୟ ପାଇଁ ବହୁତ ଗର୍ବର କଥା ବୋଲି ଶ୍ରୀ ଦେବୀ କହିଛନ୍ତି । ଏହି ମହୋତ୍ସବ ପଡ଼ିଆରେ ବିଶ୍ୱ ହକି ଠାରୁ ଆରମ୍ଭ କରି ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା ହୋଇଥିବା ଦେଖିବାକୁ ମିଳିଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବଲିଉଡ୍ କଳାକାର ବେନି ଦୟାଲ୍ ଓ ଲିଶା ମିଶ୍ରଙ୍କ ଗୀତରେ ଝୁମିଲେ ଦର୍ଶକ। ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ଗଞ୍ଜାମର ଲୋକକଳା ନୃତ୍ୟ, ଓଡିଶୀ ନୃତ୍ୟ ସହିତ ଭାରତ ନାଟ୍ୟମ୍, ବିହୁ, ମୋହିନୀ ନାଟ୍ୟମ୍, ମଣୀପୁରୀ, ଝୁମର୍, କଥକ୍ ଏବଂ ଆଧୁନିକ ନୃତ୍ୟ ମଧ୍ୟ ହୋଇଥିଲା । ବ୍ରହ୍ମପୁର ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତନ ହୋଇଥିବା ଜଣାପଡିଛି ।

ତାହାସହ ଜଣେ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୫୦ ଜଣ ଏସଆଇ ଓ ଏଏସଆଇ, ୭୦ ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଥିବା ନେଇ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ଗାଡିମୋଟର ପାର୍କିଂ ପାର୍ଇ ୭ରୁ ଅଧିକ ସ୍ଥାନ ଚିହ୍ନଟ କରାଯାଇଛି । ଆଇଟିଆଇ ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଇଞ୍ଜିନିୟରିଂ ସ୍କୁଲ ହଷ୍ଟେଲ ପଡିଆ, ବୁଦ୍ୟୁତପୁର କଲୋନୀ, କାଳୀପୂଜା ପଡିଆରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଥିବାରୁ ସହରବାସୀ ବ୍ରହ୍ମପୁର ଏସପି ଓ ସମସ୍ତ ପୁଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ନିଗମ କମିଶନର ଜେ ସୋନାଲ ଧନ୍ୟବାଦ ଅର୍ପଣ କରିଥିଲେ ।

