You are currently viewing ବୀରମହାରାଜପୁର ବ୍ଲକ ଦ୍ୱାରା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ :
ବୀରମହାରାଜପୁର ବ୍ଲକ ଦ୍ୱାରା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ :

ସୁବର୍ଣ୍ଣପୁର, ତା ୦୯/୧୨/୨୪:
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ନିରୁପମା ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରକୁ ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ଏବିଡ଼ିଓ
ପୁରୁଷୋତ୍ତମ ଧରୁଆ,ସହକାରୀ ଯନ୍ତ୍ରୀ ସନ୍ତୋଷ ପାଳ ,ପିଇଓ ସୋମ୍ୟରଞ୍ଜନ ପଣ୍ଡା, ହରିହର ଯୋର ଫାଣ୍ଡି ଅଧିକାରୀ ବିଭୂଭୂଷଣ ବରାଳ, ଏପିଓ ସମ୍ବିତ ମହାକୁର, ସମିତିସଭ୍ୟା ସୁଗନ୍ଧା ଘିବିଲାଙ୍କ ସମେତ କୃଷି ବିଭାଗ,ଉଦ୍ୟାନ ବିଭାଗ,ଶିକ୍ଷାବିଭାଗ, ଯୋଗାଣ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ଶିବିରରେ ସମୁଦାୟ ୧୧୦ ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ ୩ ଟି ଗ୍ରାମ୍ୟ ଗୋଷ୍ଠୀଗତ ଅଭିଯୋଗ ଥିଲା l ଶିବିରରେ ଗ୍ରାମ ରୋଜଗାର ସେବକ ପପୁନ ପଧାନ, ସୀତାରାମ ରାଜହଂସ, ଗୋପାଳ ସେଠୀ,କାଳିଆ ଘିବିଲା, ସଦାନନ୍ଦ ସେଠୀ, ହୋମଗାର୍ଡ ଦୀନବନ୍ଧୁ ସାହୁ ଓ କୁଶ ଖେତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l