You are currently viewing ବୁଦ୍ଧଖୋଲ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ବିଜୁ ଯୁବ ଜନତା ଦଳର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବୁଦ୍ଧଖୋଲ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ବିଜୁ ଯୁବ ଜନତା ଦଳର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଗତକାଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତିଙ୍କ ସଂଯୋଜନାରେ ଗଞ୍ଜାମ ବିଜୁ ଯୁବ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ବିପ୍ଲବ ପାତ୍ର ଓ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି ଶ୍ରୀଯୁକ୍ତ ନଚିକେତା ସ୍ବାଇଁ,ବ୍ରହ୍ମପୁର ମେୟର ତଥା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଶ୍ରୀମତୀ ସଂଘମିତ୍ରା ଦଳାଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ମହାରଣା,ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଏମ୍ ସୁଜତା ପାତ୍ର,ମହିଳା ବିଜେଡି ଗଞ୍ଜାମ ଜୋନ ସଭାପତି ଶ୍ରୀମତୀ ମମତା ବିଷୋୟୀ,ଗଞ୍ଜାମ ଛାତ୍ର ବିଜେଡି ସଭାପତି ଶ୍ରୀ ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବ୍ଳକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆସିଥିବା ଯୁବ ନେତୃବୃନ୍ଦ ଙ୍କ ସହିତ ସଙ୍ଘଠନ କି କିପରି ତୃଣମୂଳ ସ୍ଥରରୁ ସଂଘଟିତ ହେବ ସେନେଇ ଆଲୋଚନା କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଯୁବ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦିଆଯାଇଥିଲା।