You are currently viewing ବୁଥ ସ୍ତରୀୟ ବୈଠକରେ ଶ୍ରୀକାନ୍ତ ପାଢ଼ୀ ଙ୍କ ଯୋଗଦାନ
ବୁଥ ସ୍ତରୀୟ ବୈଠକରେ ଶ୍ରୀକାନ୍ତ ପାଢ଼ୀ ଙ୍କ ଯୋଗଦାନ

ବ୍ରହ୍ମପୁର , ୧୨/୦୩ – ( ପ୍ରଫୁଲ୍ଲ ସାବତ ) -:- ଆଜି ସର୍ବ ଭାରତୀୟ ସ୍ତରରେ ବୁଥ କମିଟି ଗଠନ କାର୍ଯ୍ୟ ଆରମ୍ଭ ହେବା ବେଳେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳର ବୋମକେଇ ମଣ୍ଡଳରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ମଣ୍ଡଳର ପ୍ରଭାରୀ ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଆଜି ବି ଏଲ ଏନ ପୁର ପଂଚାୟତର ବନମାଳୀ ଗ୍ରାମ ରେ, ଗୌଡ଼ଗାଁ ପଂଚାୟତର ଗୌଡ଼ଗାଁ ଗ୍ରାମରେ, ଚୌଧୁରୀ ଟିକରପଡା ପଂଚାୟତରେ ଓ ଭ୍ରମରପୁର ପଂଚାୟତରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମର ଗଠନ କିପରି ହେବ କାର୍ଯ୍ୟକର୍ତାଙ୍କୁ ମାର୍ଗଦର୍ଶନ କରାଇଥିଲେ l ଏଥିରେ କେନ୍ଦ୍ର ସରକାରଙ୍କ ଦ୍ଵାର ଲାଭାନ୍ୟ ହୋଇଥିବା ଲାଭାଥି ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ବୁଥର ତଳ ସ୍ତର ପର୍ଯ୍ୟନ୍ତ ଜନ ଜାଗରଣ କିପରି ହେବ ଏସବୁ ବିଷୟରେ ଆଲୋଚନା କରିଥିଲେ ଶ୍ରୀ ପାଢ଼ୀ l ଏହି ବୈଠକରେ ଦିଗପହଣ୍ଡି ୨୬ନଂ ଜୋନର ମଣ୍ଡଳ ସଭାପତି ରଘୁନାଥ ଗୌଡ଼, ବାପି ପ୍ରଧାନ, ତାରିଣୀ ତ୍ରିପାଠୀ, ବସନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଂଚାଳନl କରିବା ସହ ପାର୍ଟ ସମ୍ପର୍କରେ ନିଜ ମତ ରଖିଥିଲେ l ଉକ୍ତ ବୁଥ ସ୍ତରୀୟ ବୈଠକରେ ବସନ୍ତ ସାହୁ, ଶ୍ରୀକାନ୍ତ ସାହୁ, ଶୀତୁ କୁଣ୍ଡ, ଇନ୍ଦ୍ରଜିତ ସାହୁ, ମହେନ୍ଦ୍ର କୁମାର ମିଶ୍ର, ଲୁଲୁ ଭଟ,ଓ ଭାରତୀ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଦିଗପହଣ୍ଡି ବ୍ଲକ କଇଁଠଖଣ୍ଡି ପଂଚାୟତ ବୀର ପାଟଣା ଓ ଦାମଦର ପୁର ଏବଂ ଅନ୍ୟାନ ବହୁ ଗ୍ରାମକୁ ଘୋଡାହାଡ ଡେମ ପାଣି ପହଂଚି ପାରୁନଥିବାରୁ ଚାଷ ଜମି ଶୁଖିଲା ରହୁଛି l ଚାଷୀ ମନେ ଅନେକ ଅସୁବିଧାର ସମୁଖୀନ ହଉଛନ୍ତି l ଆଜି ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଚାଷୀଙ୍କ ଅସୁବିଧା ପାଇଁ ଏକ ବିରାଟ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ।