ଖଲ୍ଲିକୋଟ : 18/1 ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ତରଫରୁ ଏକ ପଂଚାୟତ ସ୍ତରୀୟ ସଚେତନତା ଶିବର ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ ଶିବର ରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ବାବୁ ଓଡିଶା ବାସି ଙ୍କ ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ନିରନ୍ତର ଉଦ୍ୟମ କରି ବିକାଶ କ୍ଷେତ୍ର ରେ ଏକ ନମ୍ବର ହାସଲ କରିଛି ବୋଲି ପ୍ରକାଶ କରିଥିଲେ |.

ଏହି ସଚେତନତା ଶିବିର ରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ବ୍ଲକ ମାଧ୍ୟମ ରେ ଗ୍ରାମାଞ୍ଚଳ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣ କ|ରି ଯୋଜନା ସମ୍ପର୍କ ରେ ସୂଚନା ଦେଇଥିବା ବେଳେ କୃଷି, ସ୍ଵାସ୍ଥ୍ୟ , ଗମନାଗମନ, ଜଳସେଚନ, ପାନୀୟଜଳ , ଉଦ୍ୟାନ କୃଷି, ଶିଶୁ ବିକାଶ, ଶିକ୍ଷା,ମସ୍ଚ୍ୟ ପଶୁପାଳନ, ମହିଳା ସଶକ୍ତିକରଣ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ସେମାନଙ୍କ ବିଭାଗ ସମ୍ପର୍କରେ ଆଲୋକପାତ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ, ଚନ୍ଦନା ସେଠି, ବିନାୟକ ଜାଲ୍ଲୀ, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ,ମଥୁରା ସରପଞ୍ଚ ମେହମତ ସେଠି, ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ନାରୀ ନେତ୍ରୀ ସନ୍ଧ୍ୟାରାଣୀ ଦଳାଇ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ ସମେତ ବହୁ ଏସ ଏଚ ଜି ମହିଳା ଓ ପଂଚାୟତ ଲୋକମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

ଏ ଉପଲକ୍ଷେ ଛାତ୍ର ଛାତ୍ରୀ ଓ ସଂକୀର୍ତନ ଦଳ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଉପସ୍ଥିତ ମହିଳା ଓ ଗ୍ରାମବାସୀ ମାନେ ଭୋଜିଭାତ ରେ ଆପ୍ୟାୟିତ କରାଯାଇଥିଲା |ପ୍ରକାଶ ଥାଉକି ଉକ୍ତ ପଂଚାୟତ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପଂଚାୟତ ପିଛା 3 ଲକ୍ଷ ଟଙ୍କା ମିଳିଥିବା ପ୍ରକାଶ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
