You are currently viewing ନବ ଦାସ ହତ୍ୟା ମାମଲାକୁ ନେଇ ବିଧାନସଭା ଅଚଳ, ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ
ନବ ଦାସ ହତ୍ୟା ମାମଲାକୁ ନେଇ ବିଧାନସଭା ଅଚଳ, ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ନବ ଦାସ ହତ୍ୟା କାଣ୍ଡର ଝଡ଼ ଥମିବାର ନାଁ ଧରୁନି। ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ବୀତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ହିଁ ବିରୋଧୀ ନବ ଦାସଙ୍କ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡିୟମ ତଳେ ହଟଗୋଳ ଓ ନାରାବାଜି କରିଥିଲେ।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪୧ ଦିନ ବିତିଥିଲେ ବି କ୍ରାଇମବ୍ରାଞ୍ଚ କାରଣ ଖୋଜି ପାଉନି। ଯାହାକୁ ପ୍ରସଙ୍ଗ କରି ବିଧାନସଭା ବଜେଟ ଅଧିବେଶନକୁ ଆଗକୁ ବଢିବାକୁ ଦେଉନି ବିରୋଧୀ। ଫଳରେ ଗୃହକୁ ପ୍ରଥମ ଦିନରେ ୧୧.୩୦ ମିନିଟ୍ ଓ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିରେ ବି କିଛି ନିଷ୍କର୍ଷ ବାହାରି ନ ଥିଲା। ତେଣୁ ବାଧ୍ୟ ହୋଇ ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ।
ଗୃହ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଥିଲେ। ପରେ ସରକାର ବି ନିଜ ଜିଦରେ ଅଟଳ ଥିବାବେଳେ ବିରୋଧୀଙ୍କୁ ମଧ୍ୟ ଜବାବ ଦେଇଛି।