You are currently viewing କର୍ପୋରେଟ ଯୋଗାଯୋଗ ଉପରେ ଆଲୋଚନାଚକ୍ର
କର୍ପୋରେଟ ଯୋଗାଯୋଗ ଉପରେ ଆଲୋଚନାଚକ୍ର

ଭୁବେନେଶ୍ୱର ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଟାଟାସ ଅଫ ଇଣ୍ଡିଆ ଭୁବେନେଶ୍ୱର ଚାପ୍ଟର ପକ୍ଷରୁ ସ୍ଥାନୀୟ ଆର. ଏମ. ଆର. ସି ପ୍ରେକ୍ଷା ଳୟ ରେ ସଫଳତା ର ସହିତ “କର୍ପୋରେଟ ଯୋଗାଯୋଗ ”ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଯାହାର ମୂଳତତ୍ୱ ରହିଛି “ଲିଭିରେଜିଂ ୩୬୦° ନେଟୱର୍କିଂ ଆଣ୍ଡ ଇକ୍ସପେରଟାଇଜ ” ବିଭିନ୍ନ ସେକ୍ଟର ରୁ ଆସିଥିବା ଶିଳ୍ପ ସଂସ୍ଥା ନେତୃବୃନ୍ଦ ଙ୍କ ସହିତ ଆଲୋଚନା, ବିବରଣୀ, ବଣ୍ଟନ, ପ୍ରତିବଦଳ ନିମନ୍ତେ ଯୋଗାଯୋଗ ସ୍ଥାପନ କରିବା ଓ ଏକ ଦୁଢ ରୋଡ ମ୍ୟାପ ପ୍ରସ୍ତୁତ କରି ଅନ୍ତଜାତୀୟ ସ୍ତର ରେ ଭବିଷ୍ୟତ କାରବାର କଠିନତା ଓ ନିବେଶ ପ୍ରତି ଥିବା ପ୍ରତିବନ୍ଧକ ଗୁଡିକୁ ଚିହ୍ନଟ କରି ସେଗୁଡିକୁ ପ୍ରତିହତ କରିବା ଉପରେ ଆଲୋଚନା ର ବିଷୟ ବସ୍ତୁ ଥିଲା ଓଡିଶା ରୁ ବିଭିନ୍ନ ସେକ୍ଟର ରୁ ୨୫୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଏବଂ କାର୍ଯ୍ୟରତ ସିଏମ ମାନେ ଏଥିରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଶ୍ରୀଧର ପାତ୍ର,ସିଏମଡି, ନାଲକୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ସିଏମଏ ଏଚ ପଦ୍ମନଭନ, ସିଏମଏ ନିରଞ୍ଜନ ମିଶ୍ର ଉଭୟ ଆଇସିଏଆଇର କେନ୍ଦ୍ରୀୟ ପରିଷଦ ସଦସ୍ୟ, ଶ୍ରୀ ଅମରେଶ କୁମାର, ଏମଡି, ଓଏଚପିସି, ଶ୍ରୀ ଶଶୀ ଶେଖର ମହାନ୍ତି, ସିଇଓ, ଏମଡି, ଇସାର ମିନମେଟ ଶ୍ରୀ ଦେବାଶିଷ ପଟ୍ଟନାୟକ, ଏମଡି ହୋଟେଲ କ୍ରାଉନ, ଏସ କେ ସ୍ୱାଇଁ, ଡ଼ିଏଫ, ଓପିଟିସିଏଲ, ଏସ ଘୋଷ, ସିଏଫଓ, ଏନଆଇଏନଏଲ, ଏସ ବିଶ୍ୱାଳ, ଭିପି -ସିଫଓ, ୟୁଏଆଇଏଲ, ତ୍ରିନାଥ ଲେଙ୍କା, ଏମଡି ୱାଲେଟ ଫର ୱେଲଟ, ଏସ. କେ ମଇଡ଼ି, ସିଏଫଓ, ଓଟିଭି, ଫାଉଣ୍ଡର ଏମଡି, ତତ୍ୱ ଟେକନଲୋଜି, ଦୁର୍ଗା ପ୍ରସାଦ ଦାଶ, ଏସକେ ପାଣିଗ୍ରାହୀ, ସିଆଫ, ଦଶରଥି ଦାଶ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ଦେବା ସହ ପ୍ରମୁଖ ଅଧିବେଶନ ରା ମୁଖ୍ୟ ବକ୍ତା ଭାବେ ନିଜ ନିଜ ଭାଷଣ ରଖିଥିଲେ ଭୁବେନେଶ୍ୱର ଚାପ୍ଟର ର ଅଧ୍ୟକ୍ଷ ଆଶୁତୋଷ ଦେବତା ସ୍ୱାଗତ ଭାଷଣ ଦେଇଥିଲେ ସିଏମଏ ଏସପି ପାଢ଼ୀ କାର୍ଯ୍ୟକ୍ରମ ଟିର ସୁପରିଚାଳନା କରିଥିଲେ ସିଏମଏ ହିମୋଜ ମିଶ୍ର, ସିଏମଏ ଶାନ୍ତନୁ କୁମାର ରାଉତ ପ୍ରମୁଖ ପରିଚଳନା କମିଟି ସଦସ୍ୟ ମଧ ସହଯୋଗ କରିଥିଲେ ସିଏମଏ ଶକ୍ତି ଧର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ