You are currently viewing କୋଦଳାରେ ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ।
କୋଦଳାରେ ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ।

ପୋଲସରା,
ଗଞ୍ଜାମ ଜିଲ୍ଲା କୋଦଳା ଠାରେ ମଂଗଳବାର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଛତ୍ରପୁର ବିଧାୟକ ସୁବାସ ବେହେରା, ସୁବାସ ମହାରଣା, ପ୍ରମୋଦ ପଣ୍ଡା, ନିର୍ମଳ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଭବାନୀ ସାହୁଙ୍କ ଭଳି ଜିଲ୍ଲାର ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରୁ ନେତା ଓ କର୍ମୀ ଏଥିରେ ଯୋଗ ଦେଇଥିଲେ। ହଜାର ହଜାର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ନେତାମାନେ ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।ବିଜୁ ଜନତା ଦଳକୁ ଓଡିଶାବାସୀ ଅକୁଣ୍ଠ ସମର୍ଥନ କରୁଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ସମସ୍ତ ବିଧାନସଭା ଓ ଲୋକସଭା ଆସନ ବିଜେଡ଼ି ହାତେଇବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ।ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଖୁସି ପ୍ରକାଶ କରି ଏତେ ସଂଖ୍ୟାରେ ଏକତ୍ରୀତ ହୋଇଛନ୍ତି ଏବଂ ଆଗାମୀ ଦିନରେ ବିଜୁ ଜନତା ଦଳକୁ ଲୋକଙ୍କ ସମର୍ଥନ ବଜାୟ ରହିବ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।