You are currently viewing କଳିଙ୍ଗ ବୈଶ୍ୟ ମହାସଂଘର ନିର୍ବାଚନ ଓ ସାଧାରଣ ସଭା।
କଳିଙ୍ଗ ବୈଶ୍ୟ ମହାସଂଘର ନିର୍ବାଚନ ଓ ସାଧାରଣ ସଭା।

ଓଡ଼ିଶା କଳିଙ୍ଗ ବୈଶ୍ୟ ମହାସଂଘର ସାଧାରଣ ନିର୍ବାଚନ ଓ ସଭା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ସ୍ଥିତ ରାମଚନ୍ଦ୍ର କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ଏହି ନିର୍ବାଚନ ତଥା ନୂତନ କାର୍ଯ୍ଯକର୍ତ୍ତା ଚୟନ କରାଯାଇଛି। ଅଧ୍ଯକ୍ଷ ଭାବେ ତାଲାସୁ କେଦାରନାଥ ସୁବୁଦ୍ଧିଙ୍କୁ ମନୋନୀତ କରାଯାଇଥିବା ବେଳେ ଉପାଧ୍ୟକ୍ଷ ଭାବେ ଶରତ ଚନ୍ଦ୍ର ପାତ୍ର, ସଂପାଦକ ଭାବେ ବୃନ୍ଦାବନ ଚନ୍ଦ୍ର ପାତ୍ର, ସହ ସଂପାଦକ ଭାବେ କୋଟକୋଟା ଦୁଷ୍ମନ୍ତ ପାତ୍ର, କୋଷାଧ୍ୟକ୍ଷ ଭାବେ ବାଳକୃଷ୍ଣ ରାଜୁ ମନୋନୀତ ହୋଇଛନ୍ତି। ରାଜ୍ୟରେ କଳିଙ୍ଗ ବୈଶ୍ୟ ମହାସଂଘ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କରି ପ୍ରଶଂସିତ ହେଉଥିବା ବେଳେ ନୂତନ ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟ ଏଭଳି ସାମଜିକ କାର୍ଯ୍ୟକ୍ରମକୁ ଜାରି ରଖିବେ ବୋଲି କହିଛନ୍ତି।ଗଞ୍ଜାମ ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।