କୋଦଳା ୧୪/୦୪/୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀଣୀ ସସ୍ମିତା ଶତପଥିଙ୍କୁ କାରଣ ଦର୍ଶାଅ ନୋଟିସ୍। ଏଭଳି ନୋଟିସ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ଡୁଡା ପ୍ରୋଜେକ୍ଟ ଡାଇରେକ୍ଟର। ଏନ୍ଏସି ରେ ଟ୍ଯାକ୍ସ ଆଦାୟରେ ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନୋଟିସ ଜାରି ହୋଇଥିବା ନେଇ ଆଜି ସୂଚନା ଦେଇଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ସୂଚନା ଅନୁଯାୟୀ କୋଦଳା ଏନଏସିରେ ୨୦୨୨ /୨୩ ଆର୍ଥିକ ବର୍ଷରେ ୮୨ ପ୍ରତିଶତ ଟିକସ ଆଦାୟ ହୋଇଛି। ଯଦ୍ବାରା କୋଦଳା ଏନଏସି ରାଜସ୍ବ ଆଦାୟ କ୍ଷେତ୍ରରେ ପଛୁଆ ରହିଛି। ଦାୟିତ୍ବରେ ଥିବା ଏନଏସି ନିର୍ବାହୀ ଅଧିକାରୀଣୀ ସସ୍ମିତା ଶତପଥିଙ୍କ ବେପରୁଆ ମନୋଭାବ ଯୋଗୁଁ ଟିକସ ଆଦାୟ କ୍ଷେତ୍ରରେ ଉକ୍ତ ଏନ୍ଏସି ପଛୁଆ ଥିବା ଉକ୍ତ ନୋଟିସରେ ଦର୍ଶା ଯାଇଥିବା ବେଳେ ଏନେଇ ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ପିଡି ଉଲ୍ଲେଖ କରିଛନ୍ତି। ତେବେ ଏନେଇ ନିର୍ବାହୀ ଅଧିକାରୀଣୀଙ୍କ ପ୍ରତିକ୍ରିୟା ମିଳିପାରିନି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
