ଗଞ୍ଜାମ ::ଓଡ଼ିଶାରେ ପ୍ରଥମ ଥର କରି ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି । ପଣ୍ଡିତ ବ୍ରାହ୍ମଣଙ୍କ ବେଦ ମନ୍ତ୍ରରେ ବିବାହ ମଣ୍ଡପ ରେ ଦଳ, ଦଳ ହୋଇ ବରକନ୍ୟ ବସି ଏହି ଗଣ ବିବାହକରୁଥିବାର ନିଆରା ମଜା ସମସ୍ତ ଦର୍ଶକ ଙ୍କୁ ଅଭିଭୂତ କରିଥିଲା |

ସମ୍ପୂର୍ଣ୍ଣ ବୈଦିକ ହିନ୍ଦୁ ରୀତିନୀତି ଅନୁସାରେ ହାତଗଣ୍ଠି, ମୁକୁଟ ବନ୍ଧନ, କନ୍ୟା ମଥାରେ ସିନ୍ଦୁର ଲଗା ବିଧାନ ଓ ହୋମଠାରୁ ଆରମ୍ଭ କରି କଉଡ଼ି ଖେଳ ପର୍ଯ୍ୟନ୍ତ ସମସ୍ତ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା |

ମୋଟ 201 ଜଣ ବରଙ୍କୁ ଓଡ଼ିଶାର
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ (ଯାହାଙ୍କର ଝିଅ ନାହିଁ ) ସେଆଜି ଜଣେ ବାପା ହିସାବରେ ଓ ବଡ଼ ଭାଇ ହିସାବରେ କନ୍ୟା ଦାନ କରି ମହାପୂଣ୍ୟ ଅର୍ଜନ କରିବା ସହିତ ନିଜକୁ ଧନ୍ୟ ମନେ କରିଛନ୍ତି |

ଏହା ସହିତ ବରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିବହୁତ ଖୁସି ହୋଇ ଛନ୍ତି | ଯାହାଦ୍ୱାରା ସରକାରଙ୍କ ଏହିନୂତନ ଜନହିତକର ଯୋଜନା ଯୋଗୁଁ ଗରିବ ଶ୍ରେଣୀର ବହୁଅବିବାହିତ କନ୍ୟା ବିବାହରୁ ବଞ୍ଚିତ ହେଉଥିଲେଓ ଓ ପିତା ମାତା ଅର୍ଥ ପାଇଁ ଯେଉଁ ଅସୁବିଧା ର ସମ୍ମୁଖୀନ ହେଉଥିଲେ ତାହା ଆଜି ସରକାର ଙ୍କ ଏହି ଯୋଜନା ଯୋଗୁଁ ଦୂର ହୋଇ ଏକ ନୁଆଁ ଆଶା ଦେଇପାରିଲା |

ଏହାସହ
ବିଧବାମାନଙ୍କୁ ପୁନଃ ବିବାହ କରାଇବା ସହ ଝିଅମାନଙ୍କୁ ଦାମ୍ପତ୍ୟ ବନ୍ଧନ ରେ ବାନ୍ଧି ସେମାନଙ୍କ ମନରୁ ବିଭିନ୍ନ କଷ୍ଟ ଦୂର କରିବା ସାମାଜିକ ସ୍ୱୀକୃତି ଦେବା ଏହି ଯୋଜନା
ର ମୂଳଲକ୍ଷ୍ୟ ବୋଲି ମୁଖ୍ୟ
ମନ୍ତ୍ରୀ କହିଛନ୍ତି ।

ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ମୋଟ ୬୦ ହଜାର ଟଙ୍କା ସହାୟତା ପ୍ରଦାନକରା
ଯାଉଥିଲା ବେଳେ ଏହି ଟଙ୍କାରୁ ୪୫ ହଜାର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଖାତା କୁ ପଠାଯାଉଥିଲା ଓ ବାକି ୧୫ ହଜାର ଟଙ୍କା ବିବାହ କାର୍ଯ୍ୟକରୁଥିବା ସଂସ୍ଥାକୁ ଦିଆଯାଉଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପରେ ଓଡ଼ିଶାର ଆଉବାକି ଜିଲ୍ଲା ରେ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଉପସ୍ଥିତ ରହି ଗୋଟେ ବଡ଼ ଭଉଣୀର ଦାଇତ୍ୱ ନିର୍ବାହ କରିଛନ୍ତି |।

ଏହାସହ ପରିବହନମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ଏମପି ଅନିତାପ୍ରିୟଦର୍ଶନୀ, ସବୁଜିଲ୍ଳାର ବିଧାୟକ, ଗଞ୍ଜାମ ଜିଲ୍ଲା ପାଳ, ଛତ୍ରପୁର ଏସପି,ଦୁଇ ଏଡିଏମ ସମାଜମଙ୍ଗଳ ସଚିବ, ଜିଲ୍ଲା ସମାଜ ମଙ୍ଗକ ଅଧିକାରୀ, ଛତ୍ରପୁର ଉପଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ ପୁରୁଷୋତ୍ତମପୁରବ୍ଳକ ଅଧକ୍ଷା ତହସିଲଦାର, ବିଡ଼ିଓ ଓ ଏସଡ଼ି ପିଓ, ପୁରୁଷୋତ୍ତମପୁର ଆଇ ଆଇସି ଙ୍କ ସହ ବହୁ ପୋଲିସ ଅଧିକାରୀ ଓଏନଜିଓ ସଂସ୍ଥା ର କର୍ମକର୍ତ୍ତା ରାଇପୁର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ||କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ରନାୟକ,ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଆସିକା ବିଧାୟକସରୋଜପାଢୀ,ବ୍ରହ୍ମପୁର ବିଧାୟକ କେ.ଅନିଲ, ଗଞ୍ଜାମ ଜିଲାପାଳ ଭି କିର୍ତ୍ତି ଭାସନ, ଦୁଇ ଏଡିଏମ, ସମାଜ ମଙ୍ଗଳ ସଚିବ,ଏସପି ଶୁଭେନ୍ଦୁ ପାତ୍ର,ଅତିରିକ୍ତ ଏସପି,ଛତ୍ରପୁର ଉପଜିଲା

ପାଳ ଶୁଭାଶିଷ ବରାଳ, , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା,ବିଡିଓ ଶରତ କୁମାର ପାତ୍ରଏସଡ଼ି ପିଓ ସୁଜିତ କୁମାର ନାୟକ ଙ୍କ ସହ ପୁରୁଷୋତ୍ତମପୁର ଥାନା ଆଇ ଆଇ ସି ରାଜେଶ ନାୟକ ଓ କିଛି ଏନଜିଓ ସଂସ୍ଥା ର ନିର୍ଦେଶକ, ଭଞ୍ଜ ନଗର ଉପଜିଲ୍ଲାପାଳ, ଅନ୍ୟନ୍ୟ ବ୍ଳକ ତହସିଲ ରଷ୍ଟାଫ ଏବଂ ଅନ୍ୟାନ୍ୟ ଥାନାର ଏସ ଡିପିଓ ଓ ଆଇ ଆସିସି ଏସ ଆଇ ଉପସ୍ଥିତ ଥିଲେ ।


