ଖଲ୍ଲିକୋଟ : 20/5 ସୋମବାର ଦିନ ଅନୁଷ୍ଠିତ ସାଧାରଣ ନିର୍ବାଚନ ରେ ଖଲ୍ଲିକୋଟ ବ୍ଲକ ରେ ମୋଟାମୋଟି ଭାବେ ନିର୍ବାଚନ ଶାନ୍ତିପୂର୍ଣ ଭାବେ ଅନୁଷ୍ଠିତ ହୋଇଥିବା ଜଣାପଡିଛି |ଗତ ବୁଧବାର ଦିନ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣ ସରଣପୁର ପଂଚାୟତ ଲୋଂଘର ଗ୍ରାମର ଅନୁଷ୍ଠିତ ରାଜନୈତିକ ହିଂସା ରେ ସ୍ପର୍ଶ କାତର ଥିବା ଦୁଇଟି ବୁଥ 71 ଓ 73 ରେ ସଶସ୍ତ୍ର ପୋଲିସ ବଳୟରେ ଶାନ୍ତିପୂର୍ଣ୍ଣ ଭାବେ ଭାରୀ ମତଦାନ ଅନୁଷ୍ଠିତ ହୋଇଥିବା ଜଣାପଡିଛି | ଏହି ଦୁଇଟି କେନ୍ଦ୍ର ରେ ମହିଳା ମତଦାତା ଙ୍କ ଭିଡ଼ ଅଧିକ ଥିବା ଦେଖିବାକୁ ମିଳିଛି |71 ନମ୍ବର କେନ୍ଦ୍ର ରେ ଭୋଟର ଙ୍କ ସଂଖ୍ୟା 1015 ଥିବା ବେଳେ 73 ନମ୍ବର ଭୋଟ କେନ୍ଦ୍ର ରେ ଭୋଟର ଙ୍କ ସଂଖ୍ୟା 1071 ଅଛନ୍ତି | ଭୋଟ କେନ୍ଦ୍ର ରେ ଦିଲୀପ ହତ୍ୟାକାଣ୍ଡ ଘଟଣା ର ଦୁଃଖଦ ମୁହୂର୍ତ୍ତ ବାରି ହୋଇ ପଡୁଥିଲା |ସେହିପରି ମୋହନ ପୁର ସ୍ଥିତ ଭୋଟ ଦାନ କେନ୍ଦ୍ର ଇ ଭି ଏମ ଦୁଇ ଘଣ୍ଟା କାଳ ଅଚଳ ହେବା ଫଳରେ ଭୋଟର ମାନେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ରେ ଅଶାନ୍ତ ହୋଇପଡ଼ିଥିଲେ |ସେହିପରି ଚିକିଲି ପଂଚାୟତ ର ବିଭିନ୍ନ ବୁଥ ମାନଙ୍କ ରେ ପ୍ରାୟ 60 ଜଣ ଭୋଟର ଙ୍କ ନାମ ନଥିବା ଯୋଗୁଁ ଚିକିଲି ଗ୍ରାମ ରେ ବିଜେପି ସଂଗଠନ ର ମଞ୍ଜି ପୋତିଥିବା ବିଜେପି କର୍ମୀ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏଭଳି ତ୍ରୁଟି ଯୁକ୍ତ ଭୋଟର ତାଲିକା ତାଙ୍କ ମୌଳିକ ଅଧିକାର ରୁ ବଂଚିତ ହୋଇଥିବା ପ୍ରକାଶ କରିଛନ୍ତି |ପ୍ରବଳ ଅସନ୍ତୋଷ ଉପୁଜିଥିଲା | ସେହିପରି ଆଶା ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଭୋଟ କେନ୍ଦ୍ର ମାନଙ୍କ ରେ ଓ ଆର ଏସ ଓ ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ କେତେକ କେନ୍ଦ୍ର ରେ ଆବଶ୍ୟକ ପାନୀୟ ଜଳ ବ୍ୟବସ୍ଥା ହୋଇ ନଥିବାରୁ ଭୋଟର ମାନେ ଶୋଷ ମେଂଟାଇବା ନେଇ ସମସ୍ୟା ଦେଖାଦେଇଥିଲା |ଖଲ୍ଲିକୋଟ ବ୍ଲକ ରେ 20ଟି ପିଙ୍କ ବୁଥ ହୋଇଥିବା ବେଳେ ଗୋଟିଏ ଭିନ୍ନକ୍ଷମ ବୁଥ ହୋଇଥିଲା |ଖଲ୍ଲିକୋଟ ଏନ ଏ ସି ରେ 8 ତି ପିଙ୍କ ବୁଥ ରେ ଭୋଟର ମାନେ ମତଦାନ କରିଥିଲେ |ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ମଧ୍ୟାନ୍ନ ରେ ଭୋଟ କେନ୍ଦ୍ର ମାନଙ୍କରେ ଭୋଟ ଗ୍ରହଣ ମାନ୍ଦା ରହିଥିଲା | ଖଲ୍ଲିକୋଟ ଏନ ଏ ସି ର 91 ନମ୍ବର ବୁଥ ରେ ଏକ ଘଣ୍ଟା ବିଳମ୍ବ ପର୍ଯ୍ୟନ୍ତ ମତ ଦାନ କାର୍ଯ୍ୟକ୍ରମ ଚାଲିଥିଲା | ସ୍ଥାନୀୟ ନେତାଜୀ ପ୍ରାଥମିକ ବିଦ୍ୟାଳୟ ରେ ଏକ ଅଣ ଓସାରିଆ ସଂକୀର୍ଣ୍ଣ ରାସ୍ତା ରେ ଶହ ଶହ ମହିଳା ଓ ପୁରୁଷ ଦୀର୍ଘ ସମୟ ଧରି ଭୋଟ ଦେବା ପାଇଁ ଠିଆ ହୋଇ ରହିଥିଲେ |ଚଳିତ ନିର୍ବାଚନ ରେ ବହୁ ଯୁବ ଭୋଟର ସେମାନଙ୍କ ଭୋଟ ପ୍ରଦାନ ପାଇଁ ପ୍ରବଳ ଉସଚ୍ହାହ ଥିବା ଲକ୍ଷ୍ୟ କରାଯାଇ ଥିଲା |ବୁଥ ବାହୁଡା଼ ସମୟରେ ଦିଲ୍ଲୀ ଆସିଥିବା ଜଣେ ନବାଗତ ଭୋଟର ଗାରିମା ରଥ ତାଙ୍କ ର ବୟ|ନ ରେ ଦେଶର ଆଜିକାର ସମୟ ରେ ଭୋଟ ଦ୍ୱାରା ସବୁ କିଛି ସମ୍ଭବ ବୋଲି କହିଥିଲେ |ସେହିପରି ଶ୍ରୀକୃଷ୍ଣ ସରଣପୁର ର ଏକ ଭୋଟ କେନ୍ଦ୍ର ରୁ ଭୋଟ ଦେଇ ଫେରୁଥିବା ବେଳେ ସାମ୍ବାଦିକ ପ୍ରଶ୍ନ ର ଉତ୍ତର ଦେଇ ରାଜନୈତିକ ହିଂସା ରେ ମୃତ୍ଯୁ ବରଣ କରିଥିବା ଦିଲୀପ ପାହାନ ଙ୍କ ବିଧବା ପତ୍ନୀ ସାବିତ୍ରୀ ପାହାନ ତାଙ୍କ ବକ୍ତବ୍ୟ ରେ ବିଜେଡି ସରକାର ନ ଗଲା ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିବ ନାହିଁ ତାଙ୍କ ସ୍ୱାମୀ ମରିବାର ଛ ଦିନ ବିତିଗଲେ ମଧ୍ୟ ପୋଲିସ ମୁଖ୍ୟ ଆସାମୀ ମାନଙ୍କୁ ଗିରଫ କରିପାରିନି |ଗଠନ ହୋଇଥିବା ଏସ ଆଇ ଟି ରୁ ତାଙ୍କୁ ନ୍ୟାୟ ମିଳିବ ନାହିଁ ତେଣୁ ଏହି ହିଂସା ମାମଲା କୁ ସି ବି ଆଇ ତଦନ୍ତ କରିବା ପାଇଁ ପୁନଃ ଦାବି କରିଛନ୍ତି |ଅପାରନ୍ନ 5 ଘଣ୍ଟା ସୁଧା ଖଲ୍ଲିକୋଟ ବିଧାନସଭା କ୍ଷେତ୍ର ରେ ଭୋଟ ଗ୍ରହଣ ହାର 56.23%ହୋଇଥିବା ଜଣାପଡିଛି
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
