କୋଦଳା
କାର୍ଯ୍ଯକ୍ରମ ନାମରେ ସାଂଗଠନିକ ଶକ୍ତି ପ୍ରଦର୍ଶନ, ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ତାତି ସେତିକି ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଏବେ ଭିନ୍ନ ଭିନ୍ନ ଢଙ୍ଗରେ କରୁଛନ୍ତି ଶକ୍ତି ପ୍ରଦର୍ଶନ। ଗତକାଲି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘିରେ ପୌଷ ମିଳନ ନାମରେ ଏକ ବିରାଟ ମହିଳା ସମାବେଶ ଦେଖିବାକୁ ମିଳିଛି। ଏଥିରେ ହରପ୍ରସାଦ ସାହୁଙ୍କ ସହ ପତ୍ନୀ ତଥା କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ, କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁ, ବହୁ ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧିଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ହଜାର ହଜାର ସଂଖ୍ଯାରେ ମହିଳା ମାନେ ଏଥିରେ ସାମିଲ ହୋଇଥିବା ବେଳେ କାଳିମେଘି ଲୋକାରଣ୍ୟ ପାଲଟି ଯାଇଥିଲା। କାଳିମେଘିରେ ବହୁ ମହିଳା ମାନେ ସେମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ରାସ୍ତାଘାଟ, ପାନୀୟଜଳ, ଚାଷ ଜମିକୁ ଜଳସେଚନ ସୁବିଧା ନଥିବା କଥା ଲୋକେ ଅଭିଯୋଗ କରିଥିବା ବେଳେ ୨୪ ନିର୍ବାଚନ ପରେ ସମସ୍ତ ସମସ୍ଯାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହରପ୍ରସାଦ ସାହୁ। ପୂର୍ବରୁ ପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହିଭଳି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ସାଂଗଠନିକ ଶକ୍ତି ପ୍ରଦର୍ଶନ କରୁଛନ୍ତି ହର ।ସେପଟେ ଅଞ୍ଚଳରେ ମଧ୍ୟ ତାଙ୍କୁ ମିଳୁଛି ଭରପୁର ସମର୍ଥନ। ଚଳିତ ଥର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ଅଞ୍ଚଳର ନେତା ହରପ୍ରସାଦ ସାହୁଙ୍କୁ ବିଧାୟକ ପ୍ରାର୍ଥୀ କରାଯିବାକୁ ଗୋଟିଏ ବଡ଼ ଗୋଷ୍ଠୀ ସମର୍ଥନ କରୁଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନର ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ସମର୍ଥକ ମାନେ ମଧ୍ୟ ପୁଣି ଥରେ ଟିକେଟ୍ ପାଇଁ ଲବି କରୁଛନ୍ତି। ତେବେ ବିଜୁ ଜନତା ଦଳର ଟିକେଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି।ଗଞ୍ଜାମ କୋଦଳା ରୂ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
