ସାନଖେମୁଣ୍ଡି ,(ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରେ ନବୀନ ପଟ୍ଟନାୟକ ଦ୍ୱିତୀୟ ପଜାୟ ବିଏସକେୱାଇ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ରାଜ୍ୟ ସରକାର ସ୍ୱାସ୍ତିୟ ସେବାକୁ ସାକାର କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡର ପ୍ରଚଳନ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଏହି ବ୍ୟବସ୍ଥାରେ ସେମାନଙ୍କ ନିଃଶୁଳ୍କ ଚିକିତ୍ସା ସେବା ସହ ଜଟିଳ ଖର୍ଚ୍ଚ ବହୁଳ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯିବା ବ୍ୟବସ୍ତା ମଧ୍ୟ ରହିଛି । ସରକାରଙ୍କ ପକ୍ଷରୁ ବ୍ଳକ ସ୍ତରରେ ବଣ୍ଟନ କରାଯାଉଥିବା ଅବସରରେ ଆଜି ସାନଖେମୁଣ୍ଡି ବ୍ଲକ୍ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନରେ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଆୟୋଜିତ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶ୍ରୀ ସିମାଞ୍ଚାଳ ପାତ୍ର ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଅମିନ ପ୍ରଧାନ , ଶଙ୍କର୍ଷଣ ସ୍ବାଇଁ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଜୟନ୍ତୀ ମୁଣ୍ଡା ପ୍ରମୁଖ ମଞ୍ଚାସିନା ରହିଥିଲେ । ବିଡ଼ିଓ ଶ୍ରୀ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ରାମ ପ୍ରସାଦ ପୃଷ୍ଟି ସଂଯୋଜନା କରିଥିଲେ । ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀଙ୍କ ସହ ନିର୍ବାହୀ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରୁ ଏକତ୍ରିତ ହୋଇଥିବା ପ୍ରାୟ ୪୫୬ ଜଣଙ୍କୁ ନବୀନ କାର୍ଡ ବିତରଣ କରାଯାଇଥିଲା । ବଳକା ନବୀନ କାର୍ଡକୁ ପଞ୍ଚାୟତ ସ୍ତରରେ ବଣ୍ଟନର ବ୍ୟବସ୍ଥା ହୋଇଥିବା ପ୍ରକାଶ କରାଯାଇଥିଲା ।

ରିପୋର୍ଟର : ରଘୁନାଥ ନାୟକ
