You are currently viewing ବେଗୁନିଆପଡ଼ା ବ୍ଳକରେ ‘‘ମୋ-ଘର’’ ଯୋଜନା ସଂପର୍କୀୟ ଏକ ବୈଠକ ଅନୁଷ୍ଠିତ।
ବେଗୁନିଆପଡ଼ା ବ୍ଳକରେ ‘‘ମୋ-ଘର’’ ଯୋଜନା ସଂପର୍କୀୟ ଏକ ବୈଠକ ଅନୁଷ୍ଠିତ।

କୋଦଳା (୦୫/୦୬/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ମୋ ଘର ଯୋଜନା ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଜିପିଟିଏ, ଓଏଲଏମ୍ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଯୋଜନା ମୋ ଘର ଆରମ୍ଭ ହୋଇଛି।
ଏଣିକି ଘର ପାଇଁ ମିଳିବ ଆର୍ଥିକ ସହାୟତା । ପରିବାର ପିଛା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ମଞ୍ଜୁରୀ ମିଳିଛି । ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ମୋ ଘର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତାବିତ ମୋ ଘର ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରି ସାରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏହି କର୍ମଶାଳା ଆୟୋଜିତ ହୋଇଥିବା କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଈ ଜେ ବି ନିୟୁଜ।