You are currently viewing ପୁରୁଷୋତ୍ତମପୁର  ଗଡ଼ ସାହି ଗଣେଶ ପୂଜାରେ ଯୋଗଦେଲେ ଖଲ୍ଲିକୋଟ ଏନଏସି ଅଧକ୍ଷ |
ପୁରୁଷୋତ୍ତମପୁର ଗଡ଼ ସାହି ଗଣେଶ ପୂଜାରେ ଯୋଗଦେଲେ ଖଲ୍ଲିକୋଟ ଏନଏସି ଅଧକ୍ଷ |

ପୁରୁଷୋତ୍ତମପୁର ଗଡ଼ ସାହି ପୁଜା କମିଟି ଙ୍କ ଅନୁରୋଧ କୁ ରକ୍ଷା କରି ଗଣେଶ ଙ୍କ ଆଳତୀ ଓ ଦର୍ଶନ କରିବାକୁ ଆସିଥିଲେ ଖଲ୍ଲିକୋଟ ଏନଏସି ଅଧକ୍ଷ ଇଁ. ନିରଞ୍ଜନ ବେହେରା ଏବଂ ତାଙ୍କ ସହିତ ସେହି ଖଲ୍ଲିକୋଟ ବିଜେଡି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂକଳେଶ୍ୱର ଦାଶ, ଦାନପୁର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ଓ ସମାଜ ସେବୀ ନିରଞ୍ଜନ ନାୟକ ଙ୍କ ସହିତ | ପୁଜା କମିଟି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ଥିଲେ |

ପ୍ରଥମେ ପୁରୁଷୋତ୍ତମପୁର ସ୍ଥିତ ଗଡ଼ସାହି ଛକରୁ ଧୁମ ଧଡକା, ସହିତ ବାଣ ଫୁଟାଇ ବଡ଼ ପଟୁଆରରେ ବାଜା ବଜାଇ କନକା ନୋଳିଆ ସାହି, କନକା ମଝି ସାହି ଓ ଖଣ୍ଡିଆ ସାହି ମଧ୍ୟରେ ଜନଗହଳି ହୋଇ ଭବ୍ୟ ସମ୍ବର୍ଦ୍ଧନାରେ ଗଣେଶ ମେଢ଼ ନିକଟକୁ ପାଛୋଟି ନେଇଥିଲେ | ପୂଜା କମିଟି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗଣେଶ ଙ୍କ ନିକଟରେ, ଏକ ଶହ ଆଠ ଆଳତି ଦର୍ଶନ କରି ଆନନ୍ଦିତହୋଇଥିଲେ ଅତିଥି ମାନେ | ପୂଜା ସାରି ପ୍ରସାଦ ସେବନ କରି ପ୍ରଭୁ ଶ୍ରୀ ଗଣେଷଙ୍କ କୃପା ସମସ୍ତେ ଲାଭ କରି ନିଜର ମନକଥା ପ୍ରଭୁଙ୍କୁ କହିଥିଲେ | ପୂଜା କମିଟି ସଭାପତି ଓ ସମ୍ପାଦକ ଙ୍କ ସଂଯୋଜନାରେ ଆୟୋଜିତ ପୂଜା ଉତ୍ସବରେ ଅନ୍ୟତମ ଅତିଥିଭାବେ ଭାବେ ପୁରୁଷୋତ୍ତମପୁର ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର, ବର୍ତ୍ତମାନ ନଗର ଉପାଧକ୍ଷ୍ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଭାସ୍କର ବେହେରା, ଭବାନୀ ଶଙ୍କର ନାହାକ, କେ.ପ୍ରମୋଦ କୁମାର ଆଚାରୀ, ଲିଙ୍ଗରାଜ ବେହେରା, ଅରୁଣ କୁମାର ମାହାଙ୍କୁଡ, କାଉନସିଲର ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ରଞ୍ଜନ ବେହେରା, ଲୋକନାଥ ବେହେରା, ବିଜେଡି ଜିଲ୍ଲା ଯୁବ ଉପସଭାପତି ଜି.ଲିଙ୍ଗରାଜ ଆଚାରୀ, ଙ୍କ ସହିତ ଅନ୍ୟ ଅତିଥି ମାନେ ଯୋଗ ଦେଇ ପୂଜା କମିଟିକୁ ଉତ୍ସାହିତ କରିଥିଲେ |

ଏଥିରେ ବହୁ ଯୁବ, ଛାତ୍ର ଓ ସାହି ବାସିନ୍ଦା ଯୋଗ ଦେଇପ୍ରସାଦ ସେବନ କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ