ଖଲ୍ଲିକୋଟ : 6/2 ଖଲ୍ଲିକୋଟ ବ୍ଲକ ଭିଟାମାଟି ସୁରକ୍ଷା ଅଭିଯାନ ତରଫରୁ ବ୍ଲକ ର ଆଦିବାସୀ ଅଧୁଷିତ ପଂଚାୟତ ବାଦପଲ୍ଲୀ ର ଛକାସିଙ୍ଗି ଓ ଗୁଣ୍ଡିପଦାର ଠାରେ ଜଙ୍ଗଲ ଜମି ଅଧିକାର ଦାବି ରେ ଆଦିବାସୀ ମାନଙ୍କ ଏକ ଚେତାବନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି |

ଆୟୋଜିତ ସମାରୋହ ରେ ଭାରତୀୟ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଶବର ଯୋଗ ଦେଇ ଆଦିବାସୀଅନଙ୍କ ଜଙ୍ଗଲ ଅଧିକାରୀ ଦୀର୍ଘ 18 ବର୍ଷ ହେଲା ନ ଦେବା ଫଳରେ ଆଦିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି |ମିନପୁର, ଫସିଖୋଲ, ଛକାସିଂ ପବୃତ୍ତି ଆଦିବାସୀ ଗ୍ରାମରେ ଥିବା ଜଙ୍ଗଲ ଜମି ଅଧିକାରୀ ଅଦ୍ୟାବଧି ମିଳିପାରିନି ଏ ନେଇ ବହୁବାର ଗଞ୍ଜାମ ଜିଲ୍ଲପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟରେ ପ୍ରଶାସନ କୌଣସି

ପଦକ୍ଷେପ ନେଉନି ତେଣୁ ଆଗାମୀ ଦିନରେ ଆଦିବାସୀ ମାନେ ଜଙ୍ଗଲ ଛାଡି ରାଜରାସ୍ତା ରେ ଆନ୍ଦୋଳନ କୁ ଓଲ୍ହାଇବା ପାଇଁ ପାର୍ବତୀ ଶବର, ସୁଭଦ୍ରା ଶବର ରାଜୁ ଶବର ବିଜୁ ଶବର ତାରା ଶବର ଲକ୍ଷ୍ମୀ ଶବର ପ୍ରମୁଖ ସମାରୋହ ରେ ପ୍ରକାଶ କରିଥିବା ଜନପଡ଼ିଛି ,
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
