You are currently viewing ଦିଗପହଣ୍ଡିରେ ବିପ୍ଳବ ଓ ବିପିନଙ୍କ ସମର୍ଥକ ପାଳିଲେ ବିଜୁବାବୁଙ୍କ ୧୦୭ ତମ ଜୟନ୍ତୀ
ଦିଗପହଣ୍ଡିରେ ବିପ୍ଳବ ଓ ବିପିନଙ୍କ ସମର୍ଥକ ପାଳିଲେ ବିଜୁବାବୁଙ୍କ ୧୦୭ ତମ ଜୟନ୍ତୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକରେ ରବିବାର ଦିନ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ସମର୍ଥକ ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ସମର୍ଥକ ପ୍ରବାଦ ପୁରୁଷ ତଥା କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଦିବସ ପାଳନ କରିଥିବା ଜଣାପଡିଛି । ଖବରନୁଯାୟୀ , ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତି ରାଜ ଦିବସ ତଥା ବୀରପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଆଜି ପ୍ରଥମେ ବିପ୍ଳବ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଦିଗପହଣ୍ଡି ବ୍ଲକ ନିର୍ବାଚିତ ପ୍ରତିନିଧି ସଂଘ ଓ ବ୍ଲକ ବିଜେଡ଼ି କମିଟି ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ପ୍ରେମୀ ମାନେ ସକାଳ ସାଢେ ୭ ଘଣ୍ଟା ସମୟରେ ଦିଗପହଣ୍ଡି ପୁଞ୍ଜିକୟା ଛକ ନିକଟରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଏହାପରେ ସାଢେ ୧୧ ଘଣ୍ଟା ସମୟରେ ଦଳୀୟ କର୍ମୀମାନଙ୍କ ଉପସ୍ଥିତିରେ ଘୋଡ଼ାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ନନ୍ଦିଘୋଷ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାକାର୍ଯ୍ୟରେ ଯୋଗ ଦେଇଥିଲେ । ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପସଭାପତି କ୍ରୀଷ୍ଣାରାଓ ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ନିରଞ୍ଜନ ରେଡ୍ଡୀ ରାଜ୍ୟ ବଜେଟ ପାଠ କରିଥିଲେ । ଏଥିରେ ଦିଗପହଣ୍ଡି ଏନ୍.ଏ.ସି. ପୂର୍ବତନ ନଗରପାଳ ହୃଦ୍ ରଞ୍ଜନ ମେକାପ , ରବିନାରାୟଣ ରାଜୁ , ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , ମହିଳା ବିଜେଡ଼ି ବ୍ଲକ୍ ସଭାନେତ୍ରୀ ଉମା ମାହେଶ୍ୱରୀ ସେଠୀ , ଗଡଗୋବିନ୍ଦପୁର ସଭାପତି ବି . ଶଙ୍କର ନାରାୟଣ ସୁବୁଦ୍ଧି , ବ୍ଲକ ଯୁବ ସଭାପତି ରଞ୍ଜନ କୁମାର ସାହୁ , ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ , ସମ୍ପାଦକ ସନ୍ତୋଷ ଦୋରା , ଜିଲ୍ଲା ଯୁବ ଉପସଭାପତି ଚିତ୍ରସେନ ଗୌଡ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ରାଧାକାନ୍ତ ମହାଙ୍କୁୁଡ , ସଂଯୁକ୍ତା କବି , ସରପଞ୍ଚ ଫନିନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ, ଶିଶିର ପ୍ରଧାନ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହି ରାଜ୍ଯରେ ପ୍ରଗତିରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନ ରହିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଅଧିକ ପ୍ରଶଂସା କରିଥିଲେ । ଅପରପକ୍ଷରେ ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀମାନେ ଆଜି ସକାଳୁ ବମକୋଇ ଗ୍ରାମରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ଦିଗପହଣ୍ଡି ନଗର ପରିକ୍ରମା କରିଥିଲେ । ଏହାପରେ ପୁଞ୍ଜିକୟା ଛକରେ ଥିବା କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ପୂର୍ବତନ ସରପଞ୍ଚ ସଂଘ ସଭାପତିି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବିଜୁ ଜନତା ଦଳ ସଭାପତି ଉଦୟନାଥ ସ୍ୱାଇଁ , ବରିଷ୍ଠ ନେତା ଶମ୍ଭୁନାଥ ପଣ୍ଡା ,ଦିଗପହଣ୍ଡି ସେବା ସମବାୟ ସଭାପତି ପ୍ରମୋଦ ପାଣିଗ୍ରାହୀ , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ନିମଖଣ୍ଡି ପେଣ୍ଠ ସରପଞ୍ଚ ସିମାଞ୍ଚଳ ଗୌଡ଼ , ଗୋକର୍ଣପୁର ପୁର୍ବତନ ସରପଞ୍ଚ ଅସିତ ସାହୁ ,ଗୌଡ଼ ଗାଁ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ଆଙ୍କୋରଡା ସରପଞ୍ଚ ଉଷାନ୍ତ ସାହୁ , ନିରାକାର ପ୍ରଧାନ , ଯୁବ ନେତା ମନୋଜ ସାହୁ , ଯୁବନେତା ମହେଶ୍ୱର ପ୍ରଧାନ , ,ପୂର୍ବତନ ଜିଲ୍ଲାପରିଷଦ ରାଜେନ୍ଦ୍ର ଦୋରା , ଯୁବନେତା ଲୁଲୁ ସର୍ଦ୍ଦାର , ପୂର୍ବତନ ବ୍ଲକ ଛାତ୍ର ବିଜେଡି ସଭାପତି ରାଜ୍ କିଶୋର ମହାନ୍ତି , ବିକ୍ରମ ସିଂ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଜୁବାବୁ ଦେଶର ପ୍ରଗତି କିଭଳି କରିବେ ତାହାକୁ ନେଇ ଯେଉଁ ପ୍ରଚେଷ୍ଟା ଜାରି ରଖି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ତାହା ଅବିସ୍ମରଣୀୟ ବୋଲି କହିବା ସହ ତାଙ୍କ ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ୪ କୋଟି ଜନତାଙ୍କ ପାଇଁ ଚିନ୍ତାଧାରା କରି ଗରୀବ ହିତାଧିକାରୀଙ୍କ ନିମନ୍ତେ ପ୍ରତ୍ୟେକଟି ମୂହୁର୍ତ୍ତରେ କିଛି ନୂତନ ଯୋଜନା କରି ଆସିଛନ୍ତି ତାହାକୁ ଖୁବ୍ ପ୍ରଶଂସା କରିଥିଲେ । ଏପରିକି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଅଧିକ ଦୃଢୀଭୂତ କରି ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ କରିବା ପାଇଁ ଆହ୍ବାନ ଦେଇଥିଲେ । (ଦିଗପହଣ୍ଡି ରୁ କିରଣ କୁମାର ବେହେରା ରିପୋର୍ଟ)