You are currently viewing କଂଗ୍ରେସର ବେଗୁନିଆପଡ଼ା ବ୍ଲକ ଘେରାଉ
କଂଗ୍ରେସର ବେଗୁନିଆପଡ଼ା ବ୍ଲକ ଘେରାଉ

ବେଗୁନିଆପଡ଼ା(୧୮/୦୮/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତିବାଦରେ ଶୁକ୍ରବାର ବ୍ଲକ ଘେରାଉ କରାଯାଇଥିଲା । ସ୍ବପ୍ନେଶ୍ବର ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ କଂଗ୍ରେସର ନେତା ଓ କର୍ମୀ ମାନେ ଆସି ବ୍ଲକ କାର୍ଯ୍ଯାଳୟରେ ପହଞ୍ଚିଥିଲେ । ପରେ ବ୍ଲକ କଂଗ୍ରେସ କମିଟି ସଭାପତି ବୁଲା ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପିସିସି ସଭ୍ଯ ବିଜୟ କୁମାର ସାହୁ, ପ୍ରସନ୍ନ କୁମାର ରଥ, ପବିତ୍ର ସାମନ୍ତରାୟ, ରାଘବ ତାରେଣୀ, ଦୀପକ କୁମାର ଜେନା, ସୁଶାନ୍ତ କୁମାର ସେଠୀ, ଦିଲ୍ଲିପ କୁମାର ଭୂୟାଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତିରେ ଲିପ୍ତ ଥିବା ବେଳେ ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚାଷୀମାରଣ ନୀତିରେ ଲୋକମାନଙ୍କୁ ଶୋଷଣ କରୁଥିବା କହିଥିଲେ ।
ବ୍ଲକ ସ୍ତରରେ ଚାଲିଥିବା ୧୫ରୁ ୪୦ ପ୍ରତିଶତ ପିସି କାରବାର ବନ୍ଦ କରିବା, ଆବାସ ଗୃହ ଦୁର୍ନୀତି ବନ୍ଦ କରିବା, ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ପ୍ରଦାନ କରିବା ସହିତ ଗ୍ରାମସଭାର କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତ୍ତି ମୁତାବକ ପାରିତ ହେବା ପରେ ଖର୍ଚ୍ଚ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କରାଯିବା, ନାରୀ ନିର୍ଯାତନା ବନ୍ଦ କରି ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯିବାକୁ କଂଗ୍ରେସ ନେତାମାନେ ଦାବି କରିଥିଲେ । ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ନିରଞ୍ଜନ ବେହେରାଙ୍କ ଜରିଆରେ ରାଜ୍ୟପାଳଙ୍କୁ କଂଗ୍ରେସ କମିଟି ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।