You are currently viewing କଟକ ସଦର ବିଜେପି ପକ୍ଷରୁ ଏସ ପି ଅଫିସ ସମ୍ମୁଖରେ ଧାରଣା
କଟକ ସଦର ବିଜେପି ପକ୍ଷରୁ ଏସ ପି ଅଫିସ ସମ୍ମୁଖରେ ଧାରଣା

କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଲକ ଅଧିନସ୍ଥ ମାଣପୁର ପଞ୍ଚାୟତରେ ଗତ ମାସ 12 ତାରିଖରେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ମାମଲାରେ ଏ ପର୍ଯ୍ୟନ୍ତ ପୁଲିସ ପ୍ରଶାସନ ପକ୍ଷରୁ ଶୂନ କାର୍ଯ୍ୟାନୁଷ୍ଠାନ। କଟକ ସଦର ମାଣପୁର ପଞ୍ଚାୟତ ଘଟଣା ରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ଯୁବନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ନେତୃତ୍ବରେ କଟକ ସଦର ବିଜେପି ଦଳ ପକ୍ଷରୁ କଟକ ଗ୍ରାମାଞ୍ଚଳ ଏସପି ଅଫିସ ସମ୍ମୁଖରେ ବି.ଜେ.ପି ଦଳର ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦିନ ତମାମ ଧାରଣା ଓ ପ୍ରତିବାଦ ଚାଲିଥିଲା, ଉକ୍ତ ଘଟଣାର ଦୋଷୀଙ୍କ ବିରୁଦ୍ଧରେ ଯଥା ଶୀଘ୍ର ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଇଂ ପ୍ରକାଶ ଚନ୍ଦ୍ର ସେଠି ଦାବି କରିଛନ୍ତି