You are currently viewing ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ
ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ

ଗଞ୍ଜାମ,୨/୧: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଲରାପଦର ପଞ୍ଚାୟତ ଭୁଡ଼ିକି ଗ୍ରାମରେ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚ S.ସସ୍ମିତା ଦୋରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପଞ୍ଚାୟତସ୍ତରରେ କରାଯାଉଥିବା ଭିତ୍ତିଭୂମିର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ସାନଖେମୁଣ୍ଡି ବିଡ଼ିଓ କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଲୋକଙ୍କ ନିକଟରେ କିଭଳି ପହଞ୍ଚିପାରିବ ସେ ନେଇ ମିଳିମିଶି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଶିବିରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ,ଧାର୍ମିକ ସ୍ଥଳର ରୂପାନ୍ତରୀକରଣ,ମହିଳା ସଶକ୍ତିକରଣ ଓ ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ ଆଦି ଯୋଜନା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେସଚେତନତା କରାଯାଇଥିଲା।ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପରିଚ୍ଛା,APO ଅରୁଣ ସ୍ୱାଇଁ,ବ୍ଲକ ପ୍ରକଳ୍ପ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ,ଗୋଷ୍ଠୀପ୍ରକଳ୍ପ ସଂଯୋଜକ ବିଭୁତିଭୂଣ ବେହେରା,DO ଜୁରିଆ,ସମିତିସଭ୍ୟ M.ଯମୁନା ଦୋରା,ସରପଞ୍ଚ ପ୍ରତିନିଧି S.ସଞ୍ଜୟ ଦୋରା,ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଭିତ୍ତିଭୂମି ବିକାଶର ସମାଜ ମଙ୍ଗଳ କାର୍ଯ୍ୟ ଗୁଡ଼ିକୁ ଏଲସିଡି ପରଦାରେ ପ୍ରଦର୍ଶନ କରିବା ସହ ପଞ୍ଚାୟତର ବିକାଶ ପୁସ୍ତିକା ମାଧ୍ୟମରେ ସାଧାରଣ ଜନତାଙ୍କ ସଚେତନତା ଉଦ୍ଦେଶ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶାର ସଫଳ ରୂପାୟନ ନେଇ ନିଜର ଅଭିଭାଷଣ ରଖିଥିଲେ।ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଉପଢୌକନ ଦେଇ ସଭାମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଗ୍ରାମାଞ୍ଚଳର କୁନି ପ୍ରତିଭା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପଞ୍ଚାୟତରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ସମୂହ ଉପସ୍ଥିତ ରହି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।