ପୁରୁଷୋତ୍ତମପୁର,ତା- ୨୫l୨l ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଯାହାକୁ ନେଇ ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥା ହେଉଛି। ଏଭଳି ଏକ ସାମାଜିକ ବାସନ୍ଦ ଘଟଣା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ପଞ୍ଚାୟତ ସାର୍ଗୁଣାପଲ୍ଲୀରେ ଘଟିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏଥିନେଇ ବାସନ୍ଦର ଶିକାର ହୋଇଥିବା ପରିବାର ଯୁଧିଷ୍ଠିର ନାହାକ ପୋଲିସ ପାଖରେ ଚଳିତ ମାସ ୧୬/0୨ ତାରିଖ ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପୀୟୁଷ ରଞ୍ଜନ ଛୋଟରାୟ ଅତି ଗୁରୁତର ସହ ନେଇ କେସ୍ ନଂ ୧୦୬/୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହା ସହ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ସହ ଏଭଳି ସାମାଜିକ ବାସନ୍ଦ, ଆର୍ଥିକ ଦଣ୍ଡ ବିଧାନ ଭଳି ଘଟଣାକୁ ଦୂର କରିବା ଲାଗି ଗ୍ରାମବାସୀଙ୍କୁ ନେଇ ଥାନାରେ ଆପୋଷ ଆଲୋଚନା କରି ଦୁଇ ପକ୍ଷ ଭାଇଚାରାର ସହ ମିଳିମିଶି ରହିବା ଲାଗି ପରାମର୍ଶ ଦେଇଥିଲେ। ମାତ୍ର ଏହି ପରାମର୍ଶକୁ ଗ୍ରାମବାସୀ ଗ୍ରହଣ କରିଥିଲେ ମଧ୍ୟ ଏକ ସପ୍ତାହ ସମୟ ମାଗି ପୁଣି ସମସ୍ତେ ବସି ଏକତ୍ରିତ ହୋଇ ସମାଧାନ କରିବାର ପୋଲିସକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ସାମାନ୍ୟ କଥାରୁ ଏଭଳି କାଣ୍ଡ ଘଟିଛି। ଯାହାକି ଗତ ଅକ୍ଟୋବରରେ ଗ୍ରାମରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ମାତ୍ର ଯୁଧିଷ୍ଠିରଙ୍କ ଘର ନିକଟରେ ଥିବା ପୋଲ୍ରେ ତାର ଯୋଡ଼ିବାରେ ତ୍ରୁଟି ଥିବା ଦେଖି ସେ ଲାଇନ୍ମ୍ୟାନଙ୍କୁ ଜଣାଇଥିଲେ। ଲାଇନ୍ମ୍ୟାନ୍ ଆସି ଲାଇଟ୍ ସଜାଡ଼ିବା ବଦଳରେ ତାହାକୁ କାଟି ଦେଇଥିଲେ। ଏନେଇ ଗ୍ରାମବାସୀ ଯୁଧିଷ୍ଠିରଙ୍କ ଅଭିଯୋଗରୁ ଷ୍ଟ୍ରିଟ୍ଲାଇଟ ଗ୍ରାମରେ କଟାଯାଇଥିବା ନେଇ ଗ୍ରାମ୍ୟସଭା କରି ଯୁଧିଷ୍ଠିରଙ୍କୁ ଜରିମାନା ଆକାରରେ ୩୦ ହଜାର ଟଙ୍କାରେ ଦଣ୍ଡିତ କରିଥିଲେ। ମାତ୍ର କିଛି ଟଙ୍କା ଯୁଧିଷ୍ଠିର ପ୍ରଦାନ କରିଥିବା ବେଳେ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁ ବଳକା ଟଙ୍କା ପ୍ରଦାନ କରିପାରି ନ ଥିଲେ।

ଏହାକୁ ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଯୁଧିଷ୍ଠିରଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ଏପରିକି ଗ୍ରାମରେ ଧେଣ୍ଡୁରା ବଜାଇ କେହି ମଧ୍ୟ ତାଙ୍କ ପରିବାର ସହ କଥାବାର୍ତ୍ତା ନ କରିବା ଲାଗି ଚେତାବନୀ ଦେଇଥିଲେ। ଆଜି ପୋଲିସଙ୍କ ଉଦ୍ୟମରେ ବାସନନ୍ଦ ପରିବାର ଓ ଗ୍ରାମ୍ୟ କୂଳ କମିଟି ସଦସ୍ୟ ଓ ଯାହାଦ୍ୱାରା ବିଦ୍ୟୁତ ବିଛିନ୍ୟ ହୋଇଥିଲା ସେହି ଲାଇଇଁମ୍ୟାନ ଭଗମାନ ମହାରଣା ”ଗ୍ରାମ୍ୟ କୂଳ କମିଟି ସଦସ୍ୟ ଭିକାରି ନାହକ ‘ଅଭିମନ୍ୟୁ ନାହକ’ ରାମଚନ୍ଦ୍ର ଦାସ’ ସୁଦର୍ଶନ ଦାସ ‘ସୁରଥ ନାହକ ‘ଇନ୍ଦ୍ର ନାହକ ‘ ବାସନ୍ଦ ପରିବାର ଯୁଧିଷ୍ଠିର ନାହକଙ୍କ ପରିବାର ପ୍ରମୁଖ ଉପସ୍ଥିତ ରେ ଉଭୟଙ୍କ ମଧ୍ୟ ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପୀୟୁଷ ରଞ୍ଜନ ଛୋଟରାୟ ” ଏସ୍ ଆଇ ମିଶ୍ର ” ଉପସ୍ଥିତରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରାଯାଇ ଥିବାଜଣାପଡିଛି ରିପୋର୍ଟ:: ପ୍ରସନ୍ନ କୁମାର ଦାସ

