You are currently viewing ଆଜି ବ୍ରହ୍ମପୁରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗମାନ୍ୟବର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ସହିତ ସାକ୍ଷାତ
ଆଜି ବ୍ରହ୍ମପୁରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗମାନ୍ୟବର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ସହିତ ସାକ୍ଷାତ

ବ୍ରହ୍ମପୁର ସର୍କିଟ ହାଉସ ଠାରେ ଓଡ଼ିଶା ,ଭାଷା, ସାହିତ୍ୟ ସଂସ୍କୃତି ଏବଂ ଶିକ୍ଷା , କ୍ରୀଡା ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ ଆଲେଚନା ସୁଖଦ ମୁହୂର୍ତ୍ତ ରେ ବ୍ରହ୍ମପୁର ଭାଷା ଆନ୍ଦୋଳନ ସଭାପତି ଡାକ୍ତର ସାଗର ରଂଜନ ତ୍ରିପାଠୀ ବରିଷ୍ଠ ଶିକ୍ଷାବିତ୍ ରମେଶ ଚରଣ ତ୍ରିପାଠୀ, ସଂସ୍କୃତ ଭାଷା ବିଭାଗର ବରିଷ୍ଠ ଶିକ୍ଷାବିତ୍ ତଥା ସଂସ୍କୃତି ପ୍ରେମୀ ପଣ୍ଡିତ ଗୋପାଳକୃଷ୍ଣ ପାଢୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

ଆଜିର ଆଲୋଚନା ରେ ଗଂଜାମ ମାଟିର ସ୍ବାଭିମାନ ଅସ୍ମିତା ସହିତ ଯୋଡି ହୋଇଥିବା ଶତାବ୍ଦୀର ସ୍ବାକ୍ଷର ବହନକରି ଆସୁଥିବା ଓଡିଶା ର ଭାଷା ସାହିତ୍ୟ ସଂସ୍କୃତି ଆଲୋଚନାର ପବିତ୍ର ପୀଠ ଉତ୍କଳ ଆଶ୍ରମ କୁ ଐତିହାସିକ ସ୍ମାରକୀ ଘୋଷଣା, ଗଂଜାମ ମାଟିର ବରପୁତ୍ର ଙ୍କ ପ୍ରତି ଯଥାର୍ଥ ସମ୍ମାନ ପାଇଁ ରାଜ୍ଯ ସରକାର ଙ୍କ ତରଫରୁ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବ୍ରହ୍ମପୁର ଭାଷା ଆନ୍ଦୋଳନ ସଭାପତି ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ଡାକ୍ତର ସାଗର ରଂଜନ ତ୍ରିପାଠୀ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ସହିତ ଆଲୋଚନା କରିଥିଲେ।

ଏହା ସହିତ ବିଶିଷ୍ଟ ଶିକ୍ଷାବିତ ତଥା ବରିଷ୍ଠ ସଂସ୍କୃତି ପ୍ରେମୀ ରମେଶ ଚରଣ ତ୍ରିପାଠୀ ସଂସ୍କୃତ ଭାଷା ପ୍ରସାର ପାଇଁ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକ ରେ ସଂସ୍କୃତ ଭାଷା ବିଭାଗ ଅଧିକ ଖୋଲା ଯାଇ ସଂସ୍କୃତ ଭାଷା ଶିକ୍ଷାର ପ୍ରସାର ପାଇଁ ମାନ୍ୟବର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମୟରେ ଅନ୍ୟ ମାନଙ୍କ ମଧ୍ଯରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ,ଭାରତୀୟ ଜନତା ଦଳ ସଭାପତି ଡାକ୍ତର ସୁଭାଷ ଚନ୍ଦ୍ର ସାହୁ ଡାକ୍ତର ଏବଂ ଗଂଜାମ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ।