ବିଧାୟକ ପ୍ରାର୍ଥୀ ଟିକଟ ଲଢ଼ିବାନେଇ ମୁନା ଦାସଙ୍କ ଗୋଷ୍ଠୀ ସକ୍ରୀୟ ହୋଇ ଉଠିଲେ ।
ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ହରିଜନ ସଂରକ୍ଷିତ ପ୍ରାର୍ଥୀ ହେତୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ନେତା ନେତ୍ତୃବର୍ଗ ଅଣ୍ଟାଭିଡ଼ିବା ଆରମ୍ଭ କରିଆସିଲେ । ସୂଚନାଯୋଗ୍ୟ ଯେ’ ବିଜେଡ଼ି, ଅଣ-ବିଜେଡ଼ି ଏବଂ ଅସନ୍ତୁଷ୍ଟ ବିଜେଡ଼ି ଗୋଷ୍ଠୀ ଏକତ୍ରିତ ହୋଇ ମୁନା ଦାସଙ୍କୁ ଜିନ୍ଦାବାଦ ର ସ୍ୱର ଉଠାଇଥିବା ଦେଖାଦେଇଛି ।
ଦେଖିବାକୁ ମିଳିଛି ଯେ’ ରବିବାର ଦିନ ଛତ୍ରପୁରର ପର୍ଯ୍ୟଟନସ୍ଥଳ “ତାମ୍ପରା” ହ୍ରଦ କୂଳେ ବନ୍ଧୁମିଳନ ଆସର କରି ଖୁସି ମନାଇଲେ, ମୁନା ଦାସ ସମର୍ଥକ ଗୋଷ୍ଠୀ !
ବିଜେଡ଼ି ଓ ବିଜେଡ଼ି ସମର୍ଥିତ ନେତ୍ତୃବର୍ଗ ଏହି ଗୋଷ୍ଠୀରେ ସାମିଲ ହୋଇଥିବା ଦେଖାଦେଇଛି । ମୁଖ୍ୟତଃ ବାମପନ୍ଥୀ ଦଳ ସମର୍ଥିତ ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ,ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ଲକ୍ଷ୍ମୀପୁର ସମିତିସଭ୍ୟ ରମେଶ ରେଡ୍ଡୀ, ଆର୍ଜିପଲ୍ଲୀର ମତ୍ସ୍ୟଜୀବୀ ନେତା କେ.ଏଲେୟା, ଅନ୍ୟମାନଙ୍କ ମଧ୍ୟରେ ସୁଧୀର ପାଢ଼ୀ, ମଥୁରା ସୁବୁଦ୍ଧି, ଭଗବାନ ବେହେରା, ନରସିଂହ ରେଡ୍ଡୀ, ଗଗନ ବେହେରା, ମହିଳା ନେତ୍ରୀ ଶ୍ରୀମତୀ ରୀତା ଦେବୀ, ଶ୍ରୀମତୀ ନୀଳନ୍ଦ୍ରୀ ପ୍ରଧାନ,ସୁଜାତା ଦାସ, ସିଲୁ ଦାସ ପ୍ରମୁଖ ବହୁ ପଞ୍ଚାୟତର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ନେତା ଓ କର୍ମୀଗଣ ଯୋଗଦେଇ ଏହି ବନ୍ଧୁମିଳନ ସାମାରୋହରେ ଯୋଗଦେଇଥିବା ଗତକାଲି ତାମ୍ପରା ହ୍ରଦରେ ଆୟୋଜିତ ବନ୍ଧୁମିଳନ ସଭାରେ ଦେଖିବାକୁ ମିଳିଛି ।( ଜିଲ୍ଲା ପ୍ରତି ନିଧି ନିମାଇ ଚରଣ ପଣ୍ଡା ଙ୍କ ରିପୋର୍ଟ)
