ଆସିକା,୧୮/୫ ବିଶ୍ବସ୍ତରରେ ସମସ୍ତ ବ୍ୟକ୍ତି ଆନନ୍ଦ ଉଲ୍ଲାସ ଓ ଖୁସିରେ ଜୀବନଜାପନ କରିବାପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜକୁ ତ୍ୟାଗ ଓ ବଳିଦାନ ମନୋଭାବ ରଖି ସେବା ଦେଲେ ତାହା ଅନ୍ୟ ସମସ୍ତଙ୍କ ପାଇଁ ଅମୃତ ସଦୃଶ୍ୟ ହୋଇଥାଏ । ଏହାକୁ ସମ୍ଭବ କରିବା ପାଇଁ ୨୦୧୪ ମେ ୧୭ ତାରିଖରେ ପ୍ରଥମେ କିଟ୍ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ବେଳେ ଆଜି ଦଶମ ଅର୍ନ୍ତଜାତୀୟ “ଆର୍ଟ ଅଫ୍ ଗିଭିଙ୍ଗ ” ବା ଦେବାର ଆନନ୍ଦ ଚନ୍ତାଧାରାକୁ ବିଶ୍ବ ସ୍ତରରେ ସାମୁହିକ ଭାବରେ ଭାରତ ସମେତ୧୨୦ଟି ଦେଶ ଅର୍ଥାତ ବିଭିନ୍ନ ରାଷ୍ଟରେ ଏହାକୁ ଗୁରୁତର ସହ ପାଳନ କରୁଛନ୍ତି । ଠିକ ସେହିଭଳି ଭୂବନେଶ୍ୱର ଗୀତଗୋବିନ୍ଦ ଭବନ ଠାରେ ଏହାକୁ ପାଳନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ନିଃଶ୍ବାର୍ଥପର ଭାବେ ସେବା ଯୋଗାଇଦେଇ ସମାଜରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ପୁରଷ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଳକର ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକଙ୍କୁ ପକୃତି ମାତାର ସେବା ଏବଂ ପରିବେଶର ବିକାଶ କରିବା ଦିଗରେ କାର୍ଯ୍ୟ କରିବା ସହିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା ।

ସଞ୍ଜୟ ବହୁ ଦିନ ପକୃତି ମାତାର ସେବାକରିବା ସହିତ ବିଶ୍ବରେ ସ୍ବାସ୍ଥ୍ୟ ବିଜ୍ଞାନ ଗବେଷଣା ଆଣିବା ପାଇଁ ବିଭିନ୍ନ ରୋଗର ଟୀକାକରଣ ଉଦଭାବନା କ୍ଷେତ୍ରରେ ନିଜକୁ ସାମିଲ କରିଛନ୍ତି । ଟୀକାର ଉପକାରିତା ଓ ଅପକାରିତା ପାଇଁ ବିଭିନ୍ନ ସ୍ତର ଦେଇ ପଶୁ, ପକ୍ଷୀ ମାନଙ୍କ ପରେ ତାହାକୁ ମାନବ ପରିକ୍ଷଣ କରାଯାଇଥାଏ । ଯାହାକି ସେହି ବ୍ୟକ୍ତିର ଜୀବନ ଉପରେ ବିପଦ ଥାଏ । ଏହିଭଳି ସଞ୍ଜୟ କରୋନା ଟୀକା, ଚିକେନଗୁନିଆ ଟିକା, ବ୍ରେନ୍ ମ୍ୟାଲେରିଆ ଭଳି ବିଭିନ୍ନ ମାରତ୍ମାକ ରୋଗର ଟୀକା ଉଦଭାବନରେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କିଟି୍ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ମେୟର ସୁଲଚନା ଦାସ, ଦୂରଦର୍ଶି ସମ୍ବାଦ ପତ୍ରିକାର ସମ୍ପାଦକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦୁର୍ଗା ସାମନ୍ତରାୟ,ପ୍ରଫେସର ରଘୁନାଥ ମଣ୍ଡଳ, ସମାଜସେବୀ ଚିଦାମ୍ବିକା ଖଟୁଆ, ବିଭିନ୍ନ ଡାକ୍ତର, ଲେଖକ, ବିଶିଷ୍ଠ ଶୀଳ୍ପପତି, ବଲିଓଡର କଳାକାରମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
