ହିଞ୍ଜିଳିକାଟୁ ୧୨/୦୧ – ( ସୁରେନ୍ଦ୍ର କୁମାର ନାୟକ ) -:- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟ ଏବଂ ପରିମଳ ବ୍ଯବସ୍ଥା ପରିଦର୍ଶନରେ ଆସିଛନ୍ତି ଆସାମର ରାଜ୍ୟର ଏକ ପଞ୍ଚାୟତ ପ୍ରତିନିଧି ଦଳ । ଏହି ବ୍ଳକର ଶାସନ ଆମ୍ବଗାଁ ଓ ସାରୁ ପଞ୍ଚାୟତକୁ ବୁଧବାର ଦିନ ମଧ୍ୟ୍ଯାହ୍ନ ପ୍ରାୟ ୧୨ ଘଣ୍ଟ ସମୟରେ ପହଞ୍ଚିଥିଲେ । ଆସାମ ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ଳକ (ଏ ପି ପି )ରୁ ୨୮ଜଣ ପଞ୍ଚାୟତର ପ୍ରତିନିଧିଦଳ ଆସିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ବିଭିନ୍ନ ଗ୍ରାମର ସରପଞ୍ଚ ମାନେ ଆସିଥିବା ଖବରରୁ ଜଣାପଡିଛି ।ଖବରମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ପରିଦର୍ଶନ କରିବା ସହ ଗଞ୍ଜାମ ଜିଲ୍ଲାର ଆରାଧ୍ଯ୍ଯ ଦେବୀପୀଠ ମାଁ ତରାତାରୀଣୀଙ୍କୁ ଦର୍ଶନ କରି ବହୁତ ଖୁସି ହୋଇଥିବା କହିଛନ୍ତି ଆସାମ ରାଜ୍ୟର ପଞ୍ଚାୟତ ପ୍ରତିନିଧି ଦଳ । ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ , ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ଦଳାଇ ହିଞ୍ଜିଳି ବ୍ଳକ ତରଫରୁ ସ୍ବାଗତ ସମ୍ଭର୍ଦ୍ଧନା କରିଥିଲେ । ଗୋଲାପ ଫୁଲ ଦେଇ ହୁଳହୁଳି ପକାଇ ପୁଷ୍ପବୃଷ୍ଟିରେ ସ୍ବାଗତ କରିଥିଲେ ଉଭୟ ପଞ୍ଚାୟତର ସରପଞ୍ଚ ଏବଂ ଉପସ୍ଥିତ ଥିବା ମିଶନ ଶକ୍ତି ମହିଳା ଗୋଷ୍ଠୀ ।

ରୂପନ୍ତରିକରଣ ହୋଇଥିବା ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟ ଏବଂ ପରିମଳ ବ୍ୟବସ୍ଥାକୁ ହିଞ୍ଜିଳି ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ବୁଲିବୁଲି ଦେଖାଇବା ସହ ଓଡିଶା ସରକାରଙ୍କ ଜନତାଙ୍କ ଉଦ୍ଦେଶ୍ୟରେ ରହିଥିବା ଆଭିମୁଖ୍ୟ ଓ ଲକ୍ଷ୍ୟ କୁ ଉପସ୍ଥାପନା କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ , ସରପଞ୍ଚ ଦନାର୍ଦ୍ଦନ ସେଠୀ ନିଳାଞ୍ଚଳ ସାହୁ , ସମିତିସଭ୍ଯା ପ୍ରମିଳା ପାଣିଗ୍ରାହୀ ଏବଂ ଶକୁନ୍ତଳା ଦାସଙ୍କ ସମେତ ଅଙ୍ଗନାଓ୍ବାଡି କର୍ମୀ ଏବଂ ପଞ୍ଚାୟତର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଆସାମ ରାଜ୍ୟର ପଞ୍ଚାୟତ ପ୍ରତିନିଧି ଦଳକୁ ବିଦାୟ ଦେଇଛନ୍ତି । ଆସାମ ରାଜ୍ୟର ସିବଶାଗର ଜିଲ୍ଲା ଦେଶଙ୍ଗପର ପଞ୍ଚାୟତର ଅକ୍ଷିହୋଫୁଟିଆ ଗ୍ରାମର ସରପଞ୍ଚ ବିନ୍ଦୁ ଦାସ , ଯୋରଠ ଜିଲ୍ଲା ବୋଲମା ସରପଞ୍ଚ ପ୍ରଦିପ ବୋରୁହା ,କାରମପୁର ଜିଲ୍ଲାର ଡିମୋରିଆ ବ୍ଳକର ସରପଞ୍ଚ ବର୍ନାଲି ବାରୁହା ଓଡିଶା ସରକାରଙ୍କ ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟ ,ପରିମଳ ସମ୍ଭନ୍ଧୀୟ ବ୍ଯବସ୍ଥା ଉପରେ ବହୁତ ଖୁସି ଅନୁଭବ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

