କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ମର୍ଦ୍ଦକୋଟ କାଳୀ ମନ୍ଦିର ପରିସରରେ ରବିବାର ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ସୁସମ୍ପର୍କ ବଢ଼ାଇବା ନିମନ୍ତେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ନଗରପାଳ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁ, କୋଦଳା ପୂର୍ବତନ ନଗରପାଳିକା ସୂନୀତା ପ୍ରଭା ସାହୁ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ଉସ୍ଛାହିତ କରିଛନ୍ତି ।ବିଜୁ ଜନତା ଦଳ ଆମର ଦଳ, ନବୀନ ପଟ୍ଟନାୟକ ଆମର ନେତା ଓ ଶଂଖ ଆମର ଚିହ୍ନ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଭ୍ରଷ୍ଟାଚାର ହଟାଇ ରାଜ୍ୟରେ କବିସୂର୍ଯ୍ୟ ବଳଦେବ ରଥଙ୍କ ମାଟିର ଟେକ ରଖିବା ଏବଂ ଓଡିଶାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ ଏକ ସୁନାମଧନ୍ଯ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ କରିବାକୁ ସ୍ବପ୍ନ ରହିଛି। ଏଥିପାଇଁ ଆପଣ ମାନଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ସାହୁ। ଦୁର୍ନୀତି ଓ ଭ୍ରଷ୍ଟାଚାର ଆଉ ସହି ହେଉନି। ଏଥିପାଇଁ ସ୍ଵୟଂ ଦଣ୍ଡିଶ୍ୱର ଏବେ ବୁଝିବେ ବୋଲି କହିଛନ୍ତି। ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବା, ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପରାମର୍ଶ ଅନୁସାରେ ଆଗାମୀ ଦିନରେ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଛନ୍ତି ଶ୍ରୀ ସାହୁ।
ଏହି ଅବସରରେ କଣ୍ଟାପଡ଼ା ଛକରୁ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ଶ୍ରୀ ସାହୁ। ପୂର୍ବତନ ବେଗୁନିଆପଡ଼ା ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ,ସୁମଣ୍ଡଳର ବରିଷ୍ଠ ନେତା ସୁବାଷ ବିଶ୍ବାଳ, କେ ବରିଡ଼ା ପୂର୍ବତନ ସରପଞ୍ଚ ଚିତ୍ରସେନ ନାୟକ, ବୁରୁଝୁରୀ ପୂର୍ବତନ ସମିତି ସଭ୍ୟ ବିନାୟକ ନାୟକ, ଖଇରଖମା ପୂର୍ବତନ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ, ମର୍ଦକୋଟ ପୂର୍ବତନ ସରପଞ୍ଚ ପ୍ରତିନିଧି ଦିପ୍ତୀ ପ୍ରକାଶ ନାୟକ, ପୂର୍ବତନ ସମିତି ସଭ୍ୟ ପ୍ରତିନିଧି ପ୍ରଦୀପ କୁମାର ପଲେଇ,ଫାଶୀ ପୂର୍ବତନ ସମିତି ସଭ୍ୟ ଭଗବାନ ନାହାକ, ଚିଙ୍ଗୁଡିଖୋଲ ପୂର୍ବତନ ସମିତି ସଭ୍ୟ କାହ୍ନୁ ଚରଣ ପଣ୍ଡା, କେ ବରିଡ଼ା ପୂର୍ବତନ ସମିତି ସଭ୍ୟା ପ୍ରତିନିଧି ଦୁଷ୍ମନ୍ତ ଦାସ, ଏସ୍ ଛଚିନା ପୂର୍ବତନ ସମିତି ସଭ୍ୟା ପ୍ରତିନିଧି ଚରଣ ନାୟକଙ୍କ ସମେତ ଅବସରପ୍ରାପ୍ତ ବ୍ଯାକଂ କର୍ମଚାରୀ ଅମୂଲ୍ୟ ରତ୍ନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।ଆଗାମୀ ସାଧାରଣ ନିର୍ବାଚନରେ ହରପ୍ରସାଦ ସାହୁଙ୍କୁ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଉକ୍ତ ସମାବେଶରେ ମତ ପ୍ରକାଶ ପାଇଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
