You are currently viewing ଦିନ କୁ ୨୦ ରୁ ଉର୍ଦ୍ଧ୍ବ ଥର ବିଦ୍ୟୁତ୍ କାଟ୍
ଦିନ କୁ ୨୦ ରୁ ଉର୍ଦ୍ଧ୍ବ ଥର ବିଦ୍ୟୁତ୍ କାଟ୍

ଲାଠିକଟା,
ଲାଠିକଟା ବିଦ୍ୟୁତ୍ ଉପଖଣ୍ଡ ପକ୍ଷ ରୁ ବାରମ୍ବାର ବିଦ୍ୟୁତ୍ କାଟ୍ କୁ ଜନ ଅସନ୍ତୋଷ କେଜିବାରେ ଲାଗିଛି। ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଗୁଳୁଗୁଳି ହେଉଥିବା ବେଳେ ବିନା ସୂଚନା ରେ ବିଦ୍ୟୁତ୍ କାଟ୍ କରାଯାଉଛି । ଯାହା ଫଳ ରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ବାଧା ପ୍ରାପ୍ତ ହଉଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରେ ଅକାଳ ରେ ଅନେକ ବୃଦ୍ଧ ବୃଦ୍ଧା ଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି। କୌଣସି ଝଡ଼,ତୋଫାନ କିମ୍ବା ବର୍ଷା ହୋଇନଥିଲେ ମଧ୍ୟ ଅନୁନ୍ୟ ୨୦ ରୁ ଉର୍ଦ୍ଧ୍ବ ଥର ବିଦ୍ୟୁତ୍ କାଟ୍ ହେଉଥିବା ଅଭଯୋଗ ହୋଇଛି। କୌଣସି ବିଦ୍ୟୁତ୍ ଉପଭୋକ୍ତା ଙ୍କ ତ୍ରୁଟି ହେଲେ ବିଭଗ୍ୟ କାର୍ଯ୍ୟାଳୟ ରେ ଅଭିଯୋଗ କଲେ ମଧ୍ୟ ସେମାନେ ମରାମତି ପାଇଁ ଘଣ୍ଟା ଘଣ୍ଟା ଧରି ଆସୁନାହାନ୍ତି। ଆସିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ଉପଭୋକ୍ତା ଙ୍କ ଠାରୁ ଟଙ୍କା ଦାବି କରୁଥିବା ଅଭିଯୋଗ ହେଉଛି। ବିଶେଷ କରି ବେଦବ୍ୟାସ ଓ ସମିଲଛକ ରେ ଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ଗୋପପାଲି ଓ ଗୁରୁଟୋଲା ବେଦବ୍ୟାସ ଅଞ୍ଚଳର ଉପଭୋକ୍ତା ମାନେ ଅଭିଯୋଗ କରୁଛନ୍ତି। ସେବା ଦେବାରେ ବିଫଳ ବିଭାଗ ହୋଇଥିବା ବେଳେ ବିଲ ଆଦାୟ କରିବାରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ବିଦ୍ୟୁତ୍ ବିଲ ପୈଠ କରିବାରେ ବିଳମ୍ବ ହେଲେ ବିଦ୍ୟୁତ୍ କାଟି ଦେଉଛନ୍ତି। ଏସବୁର ସମାଧାନ ନା କରା ଗଲେ ଆଗାମୀ ଦିନ ରେ ଆନ୍ଦୋଳନ କରିବାକୁ ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି। ଏହି ସମ୍ବନ୍ଧ ରେ ବେଦବ୍ୟାସ, ଗୁରୁଟୁଲା,ଗୋପୋପାଲି ଏବଂ ଲାଠିକଟା ଅଞ୍ଚଳ ର ଜଲ୍ଡ଼ା, ବାଲିଯୋଡ଼ି,ଭଞ୍ଜକଲୋନୀ, ନବକୃଷ୍ଣ ନଗର ଆଦି ଅଞ୍ଚଳ ର ଉପଭୋକ୍ତା ମାନେ ବିଦ୍ୟୁତ୍ ବିଭାଗ ର ଯନ୍ତ୍ରୀ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। କିନ୍ତୁ ଦୁଃଖ ର କଥା କନିଷ୍ଟ ଯନ୍ତ୍ରୀ ପାଣୁ ପ୍ରଧାନ ଙ୍କୁ IJB news ପଚାରିବାରୁ ସେ କହିଲେ ଯେ ଏପରି କୌଣସି ଅଭିଯୋଗ ଆସିନାହିଁ। ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Rourkela
Nilakantha pradhan