You are currently viewing ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକ ଅନୁଷ୍ଠିତ।
ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକ ଅନୁଷ୍ଠିତ।

ବ୍ରହ୍ମପୁର, ୭/୧୧ -:- ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକ ବ୍ରହ୍ମପୁର,ଗୋପାଳପୁର, ଛତ୍ରପୁର,ଦିଗପହଣ୍ଡି,ଚିକିଟି,ମହୋନା, ପାରଳାଖେମୁଣ୍ଡି ବିଧାନସଭାର ସଂଯୋଜକ ଏବଂ ପ୍ରଭାରୀ ମାନଙ୍କୁ ନେଇ ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟିର ଏକ “ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ” ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତଙ୍କ ନେତୃତ୍ବରେ ସ୍ଥାନୀୟ ବନ୍ଦେ ମାତରଂ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କୋର୍ କମିଟି ବୈଠକରେ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ଦିନେଶାନନ୍ଦ ଗୋସ୍ୱାମୀ ଯୋଗ ଦେଇ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପ୍ରଭାରୀ ଏବଂ ସଂଯୋଜକ ମାନଙ୍କ‌ ସହ ବିଧାନସଭାର ସାମ୍ପ୍ରତିକ ପରିସ୍ଥିତି ପରିଖି ଥିଲେ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଖସଡ଼ା ପ୍ରସ୍ତୁତି କରାଯାଇଥିଲା । ଦଳକୁ ତୃଣମୂଳ ସ୍ତରରେ କିଭଳି ଆହୁରି ଅଧିକ ସୁଦୃଢ଼ ହୋଇପାରିବ ଶ୍ରୀ ଗୋସ୍ୱାମୀ ପ୍ରଭାରୀ ଏବଂ ସଂଯୋଜକ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥିରେ ନୂତନ ଭାବେ ଦାୟୀତ୍ବ ନେଇଥିବା.

ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ,ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ବିଧାନସଭା ନେତା ପ୍ରଶାନ୍ତ କର,ଦିଗପହଣ୍ଡି ବିଧାନସଭା ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଏଥିରେ ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ ଓ ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗୋପାଳପୁର ବିଧାନସଭା ପ୍ରଭାରୀ ବାଳକୃଷ୍ଣ ସାମନ୍ତରା ଓ ସଂଯୋଜକ ଗଙ୍ଗାଧର ଶତପଥି,ଦିଗପହଣ୍ଡି ବିଧାନସଭା ପ୍ରଭାରୀ ରାଜେଶ କୁମାର ସାହୁ ଓ ପ୍ରଭାରୀ ବାପି ପ୍ରଧାନ,ଛତ୍ରପୁର ବିଧାନସଭା ସଂଯୋଜକ ବସନ୍ତ

ବେହେରା ପ୍ରମୁଖଙ୍କ ସମେତ ବ୍ରହ୍ମପୁର ଲୋକସଭା ବିସ୍ତାରକ ଏବଂ ସମସ୍ତ ବିଧାନସଭା ବିସ୍ତାରକ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ଚରଣ ପଣ୍ଡା,ଏଲ୍.ମହୋନ ଦାସ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକ ପ୍ରାରମ୍ଭରେ ନୂତନ ଭାବେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଦାୟୀତ୍ୱ ନେଇଥିବା ଡ଼ା.ସୁବାଷ ସାହୁଙ୍କୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଉପଢ଼ୌକନ ସହ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ ।