You are currently viewing ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ
ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଭଞ୍ଜନଗରରେ ୩୫୪ ହିତାଧିକାରୀଙ୍କୁ କାଯ୍ୟାଦେଶ ବଣ୍ଟନ

ଭଞ୍ଜନଗର,୩୧/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ଅଧିକାଂଶ ବ୍ଲକରେ ଏହି ଯୋଜନାର ଉଦ୍‌ଘାଟନ ହୋଇଥିଲା। ସେହିପରି ଭଞ୍ଜନଗର ବ୍ଲକରେ ମଧ୍ୟ ୩୫୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ବିଡ଼ିଓ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ହିତାଧିକାରୀ ଚୟନରେ ଯଦି କୌଣସି କର୍ମଚାରୀ ଅବହେଳା କରନ୍ତି କିମ୍ବା ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୁଅନ୍ତି ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭାରେ ତହସିଲଦାର ଅବିନାଶ ମହାର, ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,କୁବେର ପ୍ରଧାନଙ୍କ ସମେତ ସମସ୍ତ ପିଆରଆଇ୍ ମେମ୍ବର ଉପସ୍ଥିତ ଥିଲେ। /( ଭଞ୍ଜନଗର ରୁ ରିପୋର୍ଟ ପପୁ ପ୍ରଧାନ )