You are currently viewing ପଟିଗୁଡା ଗ୍ରାମ ପଞ୍ଚାୟତ ରେ ବିକଶିତ ଭାରତ ରଥ
ପଟିଗୁଡା ଗ୍ରାମ ପଞ୍ଚାୟତ ରେ ବିକଶିତ ଭାରତ ରଥ

ସାନଖେମୁଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଟିଗୁଡା ଗ୍ରାମ ପଞ୍ଚାୟତ ରେ ବିକଶିତ ରଥ କୁ ଭବ୍ୟ ସମର୍ଦ୍ଧନା ଦିଆ ଯାଇ ଥିଲା |ପରେ ଏହି ବିକଶିତ ରଥ କାର୍ଯ୍ୟକ୍ରମ କୁ ବିଜେପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଉଭୟ ପଞ୍ଚାୟତ ରେ ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ |କେନ୍ଦ୍ର ସରକାର ଙ୍କ ବିଭିର୍ନ ଯୋଜନା ର ସଫଳତା ଓ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦୃଢ ନିଷ୍ଠା ଓ ନେତୃତ୍ୱ ଦ୍ୱାରା ଭାରତ ର ବିକାଶ ହେବା ସହିତ ଦେଶର ମାନ, ସନମାନ ଓ ସ୍ୱାଭିମାନ ବଢିବା ସହିତ ସାମାଜିକ ସୁରକ୍ଷା ଓ ଆର୍ଥିକ ପ୍ରଗତି ବଢିଥିବା କଥା ମୁଖ୍ୟ ଅତିଥି ବିଜୟ ସ୍ୱାଇଁ ଉଲ୍ଲେଖ କରିଥିଲେ |।

ଉଭୟ କାର୍ଯ୍ୟକ୍ରମ ରେ ପଟିଗୁଡା ପଞ୍ଚାୟତ ର ସରପଞ୍ଚ ସିମାଞ୍ଚଳ ଗୌଡ଼ ନାଏବ ସରପଞ୍ଚ ଶ୍ରୀମତୀ ସୁନିତା ଗୌଡ଼, ଯୋଗାଣ ନିରୀକ୍ଷକ -ବାପୁନି ନାୟକ (ପି ଇ ଓ ) ପି ରାମ ଚନ୍ଦ୍ର ପୁଷ୍ଟି (ଜି ଆର ଏସ ) ଶିବରାମ ସାହୁ ଓ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ଯମୁନା ନାୟକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ଯୁଭାମୋର୍ଚା ଉପ ସଭାପତି ଏମ ଚିନ୍ମୟ ରେଡି ଉଭୟ ପଞ୍ଚାୟତ ର ସମାଜ ସେବି ସନ୍ତୋଷ ଗୌଡ଼ ମୁଚିୟା ଗୌଡ଼ ଅରକ୍ଷିତ ଗୌଡ଼ ଓ ୱାର୍ଡ ସଭ୍ୟ/ସଭ୍ୟା ସରକାରୀ କର୍ମଚାରୀ ବିଭିର୍ନ ବିଭାଗର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ

ରଘୁନାଥ ନାୟକ ରିପୋର୍ଟର