You are currently viewing ଆସିକାରେ ବିଜେଡିର ତିନି ଗୋଷ୍ଠୀର ପୃଥକ୍ ପାଳିଲେ ବିଜୁବାବୁ ଜୟନ୍ତୀ
ଆସିକାରେ ବିଜେଡିର ତିନି ଗୋଷ୍ଠୀର ପୃଥକ୍ ପାଳିଲେ ବିଜୁବାବୁ ଜୟନ୍ତୀ

ଆସିକା,୬/୩ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଆସିକା ନିର୍ବାଚନ ମଣ୍ଡଳିର ବିଜେଡି ଗୋଷ୍ଠୀକନ୍ଦଳ ବଢି ଚାଲିଛି । ଆସିକା ଟାଉନ୍ ହଲ ଠାରେ ବିଧାୟିକା ମଞ୍ଜୁଳା ସ୍ବାଇଁ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ବାଇଁ ଗୋଷ୍ଟୀ ପକ୍ଷରୁ ଆସିକା ହରିହର ମିନିଷ୍ଟାଡିୟମ ଠାରେ ଓ ପୁର୍ବତନ ଆଲିପୁର ସରପଞ୍ଚ ମନୋଜ ନାୟକଙ୍କ ପକ୍ଷରୁ ଆଲିପୁର ପଞ୍ଚାୟତ ଠାରେ ପୃଥକ୍ ଭାବେ ବିଜୁବାବୁଙ୍କ ୧୦୮ ଜୟନ୍ତୀ ପାଳନ କରାଯାଇଛି । ଏଥିମଧ୍ୟରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତଃକନ୍ଦଳ ଖୋଲାଖୋଲି ଭାବେ ସାମନାକୁ ଆସିଛି । ଉଭୟ ପକ୍ଷରୁ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ନେତୃତ୍ବରେ ଏବଂ ଯୁବ ବିଜେଡି ଜୋନ୍ ସଭାପତି ନଚିକେତା ସ୍ବାଇଁଙ୍କ ସଂଯୋଜନାରେ ଆସିକା କଳିଙ୍ଗ ରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରୁ ସାଇକେଲ ଓ ମଟର ସାଇକେଲ ରାଲି ବାହାରି ବିଜୁ ପଟ୍ଟନାୟକ ଛକରେ ପହଞ୍ଚିବା ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଆସିକା ଟାଉନ ହଲ ପଡିଆ ଠାରେ ଏକ ସଭା କାର୍ଯ୍ୟ ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବ୍ଳକ ଅଧ୍ୟକ୍ଷା ଜୋତିର୍ମୟୀ ସ୍ବାଇଁ, ଅଶ୍ବିନୀ ସ୍ବାଇଁ, ଜିଲ୍ଲା ଉପସଭାପତି ଦିଲିପ କୁମାର ପାଣିଗ୍ରାହୀ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହକ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ୩ ନମ୍ବର ଜିଲ୍ଲା ପରିଷଦ ମନୋଜ କୁମାର ଦୋରା, ଆକାଶ ସ୍ବାଇଁ, ଶଙ୍କର ସେଠି, ନାରାୟଣ ଡାକୁଆ ସମେତ ସରପଞ୍ଚ ଓ ସମିତି ଯୋଗ ଦେଇଥିଲେ । ଏହି ଅବସରରେ ନଚିକେତା ସ୍ବାଇଁ ଦଳ ବିରୋଧୀ ଓ ସୁବିଧା ବାଦୀ ରାଜନୀତି ଠାରୁ ଦଳୀୟ କର୍ମୀ ଦୂରଇ ରହି ପୁଣି ମଞ୍ଜୁଳା ସ୍ବାଇଁଙ୍କ ହାଟ ମୁଠାକୁ ଟାଣ କରିବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଆଣିବା ପାଇଁ ଆହ୍ବାନ ଦେଇଥିଲେ । ବିଧାୟିକା ବିରୋଧୀ ଗୋଷ୍ଠୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ପଟୁଆର ଓ ଅନ୍ୟତମ ବିଧାୟିକାଙ୍କ ବିରୋଧୀ ଗୋଷ୍ଠୀ ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ନିଜ ଗ୍ରାମ ଚାଟୁଳାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଆସିକା ବିଜୁପଟନାୟକ ଛକରେ ପହଞ୍ଚିଥିଲେ । କବିସୂର୍ଯ୍ୟନଗର ବ୍ଳକ ଉପ ଅଧ୍ୟକ୍ଷ ବିରେନ୍ଦ୍ର ଖଟେଇଙ୍କ ନେତୃତ୍ୱରେ ବହୁ ସରପଞ୍ଚ, ସମିତି ସଭ୍ୟ ଆସି ଆସିକା ବିଜୁପଟନାୟକ ଛକଠାରେ ପହଞ୍ଚି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଆସିକା ସାଂସଦ ପତିନିଧି ସତ୍ୟନାରାୟଣ ସ୍ବାଇଁଙ୍କ ନେତୃତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ଆଇନଜୀବୀ ଅଜିତଚୂଧୁରୀ, ଅମୁଲ୍ୟ ଉପାଧ୍ୟାୟ, ଭବାନୀଶଙ୍କର ମଲ୍ଲିକ, ଟୁକୁନା ପରିଡା, ସତ୍ୟବାନ ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, କଳ୍ପନା ଭୋଳ,ଝୁନୁଲତା ଦାଶ, ରାଜଲକ୍ଷ୍ମୀଦାଶ, ବିନେତା ରାଉତ, ଉମାରାଣୀ ବେହେରା, , ମୋହନ ବାରିକ, ରାଜେନ୍ଦ୍ର ପ୍ରଧାନ, ଧିରେଜ ସାହୁ, ଟୁନା ବିଷୋୟି ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଆଣିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଧାୟିକା ଏବଂ ତାଙ୍କ ପରିବାରକୁ ଟିକଟ ନଦେବା ପାଇଁ ଆହ୍ବାନ ଦେଇଥିଲେ । ସହିଭଳି ଆସିକାର ତୃତୀୟ ଗୋଷ୍ଠୀ ପକ୍ଷରୁ ଆସିକା ରାଜସ୍ବ ବଙ୍ଗଳା ଠାରେ ବିଜୁଜନତା ଦଳର ସଭାପତିଙ୍କ ପୁଅ ତଥା ଆଲିପୁର ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ମନୋଜ ନାହକ ଏକ ବିରାଟ ମୋଟର ସାଇକେଲ ପଟୁଆରରେ ବାହାରୁଥିବା ବେଳେ ପ୍ରଶାସନ ପକ୍ଷରୁ ଅନୁମତି ନଥିବା ଯୋଗୁଁ ପୁଲିସ ଉକ୍ତ ପଟୁଆରକୁ ବନ୍ଦ କରିଥିଲା । ବିଜୁଜୟନ୍ତୀ ନାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବାରୁ ଗଣ୍ଡଗୋଳ ଆଶଙ୍କାରେ ବ୍ୟାପକ ପୁଲିସ ମୂତୟନ ହୋଇଥିଲା ।