You are currently viewing ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ହେଲେ ପ୍ରଭାତ ମହାରଣା
ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ହେଲେ ପ୍ରଭାତ ମହାରଣା

ହିଞ୍ଜିଳିକାଟୁ;୧୭/୦୭: ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ଯୁବ ଚେହେରା ତଥା ୱାର୍ଡ ନଂ ୨୦ ର ଅଧିବାସୀ ହେଉଛନ୍ତି ପ୍ରଭାତ ମହାରଣା। ପିଲାଟି ଦିନରୁ ସମାଜସେବାରେ ମନୋନିବେଶ କରି ସରକାର,ପ୍ରଶାସକ ତଥା ଗୁରୁଜନଙ୍କ ନିକଟରୁ ସାଧୁବାଦ ଶୁଣିବା ସହ ଅନେକ ସାମାଜିକ ଅନୁଷ୍ଠାନରୁ ସମ୍ମାନିତ ହୋଇ ଆସୁଛନ୍ତି।ଜୀବନର ଏହି ନୈତିକ ଲକ୍ଷ୍ୟ କୁ ଉଚିତ୍ ରୂପେ ସମ୍ପାଦନା କରିବା ନିମିତ୍ତ ସେ ଓଡ଼ିଶାର ଅନେକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହ ସକ୍ରିୟ ଭାବେ ଜଡ଼ିତ ରହିବା ସହ ରାଜନୀତି କ୍ଷେତ୍ର କୁ ଚୟନ କରିବା ପୂର୍ବକ ଓଡ଼ିଶାର ଶାସକ ଦଳ ବିଜେଡି ରେ ଯୋଗଦାନ କରିଥିଲେ।ବିଜେଡିରେ ଯୋଗଦାନ କରିବା ଦିନ ଠାରୁ ସେ ସବୁବେଳେ ଦଳର ଉନ୍ନତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଗୁଡ଼ିକୁ କିଭଳି ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ,ସେଥିପାଇଁ ସେ ବହୁତ ତତ୍ପର।ପ୍ରଭାତ ଙ୍କ କାର୍ଯ୍ୟ ଦକ୍ଷତା କୁ ଉପଲବ୍ଧ କରି ଗତବର୍ଷ ଜିଲ୍ଲା ଛାତ୍ର ସଭାପତି ପ୍ରଭାତ ଙ୍କୁ ହିଞ୍ଜିଳି ମ୍ୟୁନିସିପାଲିଟିର ସାମାଜିକ ଗଣମାଧ୍ୟମ ସମ୍ପାଦକ(ଡିଜିଟାଲ ସେକ୍ରେଟାରୀ) ରୂପେ ଚୟନ କରିଥିଲେ।କିନ୍ତୁ ପ୍ରଭାତଙ୍କ କର୍ମ ତତ୍ପରତା ତଥା ଦଳ ପ୍ରତି ନିଃସ୍ୱାର୍ଥପର ତ୍ୟାଗ ମନୋଭାବ ଆଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଖୁସି ଅନୁଭବ କରି ପ୍ରଭାତଙ୍କୁ ଆଜି ଗଞ୍ଜାମ ଜିଲ୍ଲାର ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭଳି ମର୍ଯ୍ୟାଦା ସମ୍ପନ୍ନ ଦାୟିତ୍ଵ ପ୍ରଦାନ କରିଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତୁଟ ବିଶ୍ୱାସ ତଥା ଭରଷା କୁ ସମ୍ମାନ ଜଣାଇ ଜୀବନର ଅନ୍ତିମ ନିଃଶ୍ୱାସ ପର୍ଯ୍ୟନ୍ତ ଦଳ ପାଇଁ ତଥା ସମାଜ ପାଇଁ ଜୀବନ ଉତ୍ସଗ କରିବି ବୋଲି ପ୍ରଭାତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।