ଖଲ୍ଲିକୋଟ:24/3 ସମଗ୍ର ଓଡ଼ିଶାରେ ଆସନ୍ନ ନିର୍ବାଚନ ପାଇଁ ସମସ୍ତ ରାଜନୀତିକ ଦଳ ପ୍ରଚାରଣ ମଙ୍ଗ ଧରିଥିବା ବେଳେ ଖଲ୍ଲିକୋଟ ରେ ବିଜେଡ଼ି ତାର ନିର୍ବାଚନ ପ୍ରଚାରକୁ ଜୋରଦାର କରି ଭୋଟର ମାନଙ୍କୁ ନିଜ ଦଳ ଆଡ଼କୁ ଆକର୍ଷିତ କରିବା ପାଇଁ ସଂଗଠନ କୁ ତ୍ଵରାନିତ କରିବାକୁ ଉଦ୍ୟମ ଚଳାଇଛି l ରବିବାର ଦିନ ସ୍ଥାନୀୟ ବିଧାୟିକ| ଶ୍ରୀମତି ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀ ପୁର ପଞ୍ଚାୟତ ରେ ନିର୍ବାଚନୀ ବିଗୁଲ୍ ଫୁଙ୍କି ପ୍ରଚାର ଆରମ୍ଭ କରିବା ସହ ତୁଳସୀ ପୁର ଗ୍ରାମରୁ ଘରଘର ବୁଲି ଶଙ୍ଖ ଚିହ୍ନ ଷ୍ଟିକର ମାରି ଭୋଟର ମାନଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଥିଲା l ଏହି ଘରେ ଘରେ ଶଙ୍ଖ କାର୍ଯ୍ଯକ୍ରମରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ବିଜେଡ଼ି ନିର୍ବାଚନ ମଣ୍ଡଳୀ ସଭାପତି ଭିକାରୀ ପାଣ୍ଡି ତୁଳସୀ ପୁର ସରପଞ୍ଚ ଶିକ ପାଣ୍ଡି ଓ ସମିତି ସଭ୍ୟ ଟୁଲୁ ପାହାନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୋନମ୍ ପଲେଇ, ବିନାୟକ ଜାଲି, ଚନ୍ଦନା ସେଠୀ, ବିଜେଡି ଜିଲ୍ଲା ଉପ -ସଭାପତି ଓ ବି ସି ସି ବ୍ୟାଙ୍କ ଡିରେକ୍ଟର ରାମ ମୋହନ ପଣ୍ଡା ମହିଳା ବିଜେଡ଼ି ସଭା ନେତ୍ରୀ ମିତାଞ୍ଜଳୀ ମିଶ୍ର, ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ , ଆଇତିପୁର ସମିତି ସଭ୍ୟା ଅହଲ୍ୟା ଦଳେଇ, ଶିକ୍ଷ୍ୟାବିତ ଭିକାରୀଚରଣ ନାୟକ, ବାଦପଲ୍ଲି ସମିତି ସଭ୍ୟା ମିନତୀ ଜାନୀ, ଲଙ୍ଗଳେଶ୍ବର ପୂର୍ବତନ ସରପଞ୍ଚ ଶିଶିର ବେହେରା, କୈରାଶି ର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଓ ବହୁ ମହିଳା SHG ସଦସ୍ୟାଙ୍କ ସମେତ ଗ୍ରାମବାସୀ ମାନେ ଅଂଶଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
