ଗଞ୍ଜାମ ଜିଲ୍ଲା ଖଣ୍ଡିଆନଈ ଗ୍ରାମର କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗାଁ ଲୋକେ କୋଦଳା ତହସିଲ କାର୍ଯ୍ଯାଳୟରେ ପହଞ୍ଚି ପ୍ରତିବାଦ କରିଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ନିକଟସ୍ଥ ଖଣ୍ଡିଆନଈ ଗାଁ ରେ ।ଥାନା ପଛରେ ଥିବା ଏକ ବିରାଟକାୟ ପଡିଆରେ ମଂଗଳବାର ହଠାତ୍ ଜେସିବି ଲଗାଇ ସଫା କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଏଠି କିଏ ଓ କାହିଁକି ଜେସିବି ଲଗାଇ ସଫା କରୁଛି ସେ ନେଇ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଗାଁ ର ଶତାଧିକ ଲୋକେ କୋଦଳା ତହସିଲଦାରଙ୍କ କାର୍ଯ୍ଯାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ କହିବା କଥା ଗ୍ରାମର ଗାଈଗୋରୁ ଚରିବାକୁ ଉକ୍ତ ପଡିଆଟି ଉଦ୍ଧିଷ୍ଟ ରହିଛି। ଅନ୍ଯ କୌଣସି ପଡିଆ ଗାଁ ରେ ନାହିଁ ।ଏଣୁ ଏଠାରେ କୌଣସି କାର୍ଯ୍ଯ କରାଗଲେ ଗ୍ରାମବାସୀଙ୍କ ଅସୁବିଧା ହେବ। ଏଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ଦାବି କରିଛନ୍ତି। ଘଟଣା ସଂପର୍କରେ ବେଗୁନିଆପଡ଼ା ବିଡିଓଙ୍କ ଅନୁପସ୍ଥିତି ରେ ଏ ଵି ଡି ଓ ନିରଞ୍ଜନ ବେହେରା ଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆରଡିସିଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
