You are currently viewing ଖଲ୍ଲିକୋଟ ରେ ବିଜେପି ସଭାପତି ମନମୋହନ ସାମଲ, ପରଖିଲେ ଦଳୀୟ ସ୍ଥିତି | ଗଞ୍ଜାମ ରେ ବିଜେପି ଭଲ କରିବ ଓ ଓଡିଶା ରେ ସରକାର ଗଢ଼ିବ |
ଖଲ୍ଲିକୋଟ ରେ ବିଜେପି ସଭାପତି ମନମୋହନ ସାମଲ, ପରଖିଲେ ଦଳୀୟ ସ୍ଥିତି | ଗଞ୍ଜାମ ରେ ବିଜେପି ଭଲ କରିବ ଓ ଓଡିଶା ରେ ସରକାର ଗଢ଼ିବ |

ଖଲ୍ଲିକୋଟ : 19/4 ଗୁରୁବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଞ୍ଜାମ ଗ୍ରସ୍ତ ରେ ଆସି ସାମ୍ପ୍ରତିକ ରାଜନୈତିକ ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି |ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖଲ୍ଲିକୋଟ ରେ ଥିବା କୁଟୁମ୍ବ କଲ୍ୟାଣ ମଣ୍ଡପ ପରିସର ରେ ଗଞ୍ଜାମ ଜିଲ୍ଲା ର ବିଜେପି କର୍ମକର୍ତା ମାନଙ୍କୁ ଭେଟି ବିଜେପି ର ସାଙ୍ଗଠନିକ ସ୍ଥିତି ଓ ବିଭିନ୍ନ ବୁଥ ସ୍ତରୀୟ ସମସ୍ୟା ସମ୍ପର୍କରେ ନେତା ମାନଙ୍କ ସହ ଆଲୋଚନା କରିବା ସହ ଦଳ କୁ କିପରି ଦକ୍ଷତା ର ସହ ଆଗକୁ ନେଇ କଠିନ ପରିଶ୍ରମ ମାଧ୍ୟମ ରେ ଆସିକା ସଂସଦୀୟ କ୍ଷେତ୍ର ର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ପ୍ରସ୍ତୁତି ନେଇ ବିସ୍ତୃତ ମତ ବିନିମୟ କରିଥିଲେ |ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇ ଆଗାମୀ ନିର୍ବାଚନ ରେ ଜିଲ୍ଲା ର 13 ଟି ଯାକ ଆସନ ହାସଲ କରିବା ସହ ଦୁଇଟି ସଂସଦୀୟ କ୍ଷେତ୍ର ରେ ବିଜେପି ବିଜୟ ହାସଲ କରିବାର ସମ୍ଭାବନା ରହିଛି ଓ ସେ ନେଇ ଆବଶ୍ୟକ କାମ ଚାଲିଛି କହିଥିଲେ |ଆଗାମୀ ନିର୍ବାଚନ ରେ ବିଜେପି ର ମୁଦା ସମ୍ପର୍କରେ ସୂଚନା ଦେଇ ଗଞ୍ଜାମ ରେ ଚିଲିକା ସମୁଦ୍ର ବେଳାଭୂମି, ଗୋପାଳପୁର ରହିଛି |ଗତ 24 ବର୍ଷ ଧରି ସରକାର ପର୍ଯ୍ୟଟନ ଓ ଜଳସେଚନ ପାଇଁ କିଛି କଲେଣି |ଯା ଫଳରେ ଗଞ୍ଜାମ ର ପର୍ଯ୍ୟଟନ ର ବିକାଶ ହୋଇଥିଲେ ବହୁ କର୍ମନିଯୁକ୍ତି ସୃଷ୍ଟି ହୋଇଥାନ୍ତା |କିନ୍ତୁ ରତ୍ନ ଗର୍ଭା ଓଡିଶା ଆଜି ଦାଦନ ପ୍ରବଣ ଓ ଗଞ୍ଜାମ ସମେତ ଓଡିଶା ର ବିଭିନ୍ନ ଅଂଚଳରୁ ସାତ ଲକ୍ଷ ଓଡ଼ିଆ ଆଜି ସୁରଟ ଖଟୁଛନ୍ତି | ତେଣୁ ଓଡ଼ିଶାରେ ଆଜି ଭ୍ରଷ୍ଟାଚାର ଓ ଦୁର୍ନୀତି ସୀମା ଟପିଲାଣି |ଚଳିତ ନିର୍ବାଚନ ରେ ଓଡିଶା ରେ ଡବଲ ଇଂଜିନ ସରକାର ଗଠନ ହେବ ଓ ଓଡିଶା ବାସି ସବୁ ଅବସ୍ଥା ରୁ ମୁକୁଳି ଏକ ବିକଶିତ ଓଡିଶା ଭୋଗ କରିବେ ବୋଲି ପ୍ରକାଶ କରିଥିଲେ |.

ଉକ୍ତ ବୈଠକ ରେ କବିସୂର୍ଯ୍ୟନଗର, ଆସିକା ଓ ଖଲ୍ଲିକୋଟ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର କର୍ମକର୍ତା ସମେତ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା, ଆସିକା ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ, କାଳୁ ରାମ ମହାରଣା, ଅରୁଣ କୁମାର ଖୁଣ୍ଟିଆ, ପଦ୍ମ ଚରଣ ସୁବୁଦ୍ଧି, ମନୋଜ କୁମାର ପ୍ରଧାନ, ନିରଞ୍ଜନ ନାୟକ, ସିମାଞ୍ଚଳ ଗୌଡ଼ ପ୍ରମୁଖ ବିଜେପି କର୍ମକର୍ତା ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )