ଖଲ୍ଲିକୋଟ 17/4 ଆସନ୍ନ ସାଧାରଣ ନିର୍ବାଚନ ନିକଟତର ହୋଇ ଆସୁଥିବା ବେଳେ ଖଲ୍ଲିକୋଟ ଠାରେ ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ 27 ତମ ଶ୍ରାଦ୍ଧ ବାର୍ଷିକୀ କୁ ଶହ ଶହ ବିଜେଡି କର୍ମୀ ଙ୍କ ଗହଣ ରେ ପାଳିତ ହୋଇ ଯାଇଛି |ଆୟୋଜିତ ଶ୍ରାଧ ବାର୍ଷିକୀ ରେ ବିଧାୟିକା ତଥା ବିଜେଡି ପାର୍ଥୀନୀ ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଓ ସାଂସଦ ପାର୍ଥୀନୀ ଡ଼ଃ ଶ୍ରୀମତୀ ରଂଜିତା କୁମାରୀ ସାହୁ ଅତିଥି ଭାବେ ଯୋଗ ଦେଇ ବିଜୁ ବାବୁ ଙ୍କୁ ଜଣେ ପ୍ରଗତିଶୀଳ ରାଜନେତା ତଥା ଜଣେ ଦୁର୍ଦାଶ ଓ ସାହସୀ ଓଡ଼ିଆ ଭାବେ ବର୍ଣ୍ଣନା କରି ତାଙ୍କର ସୁପୁତ୍ର ଓ ପାଣ୍ଡିଆନ ଙ୍କୁ ପ୍ରଶଂସା କରି ରୂପାନ୍ତରୀଣ ମାଧ୍ୟମ ରେ ଓଡିଶା ରେ ବ୍ୟାପକ ବିକାଶ ସାଧିତ ହୋଇଛି ତେଣୁ ତାଙ୍କର ହାତ ମୁଠା ଟାଣ କରିବା ପାଇଁ ସହଯୋଗ କାମନା କରିଥିଲେ | |ଦୁଇ ଜଣ ବିଜେଡି ପାର୍ଥୀନୀ ଙ୍କୁ ଉପସ୍ଥିତ ବିଜେଡି କର୍ମୀ ଓ ନେତା ମାନେ ପାଛୋଟି ନେଇଥିବା ବେଳେ ଆଶୀର୍ବାଦ ବର୍ଷା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନ ଏ ସି ପ୍ରାକ୍ତନ ଅଧକ୍ଷ ହର ପ୍ରସାଦ ସାହୁ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷ ପିଙ୍କି ଗୌଡ଼ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ, ଚନ୍ଦନା ସେଠୀ, ବରିଷ୍ଠ ବିଜେଡି ନେତା କିଶୋର ପଲାଇ, ମାଗୁଣି ପଲାଇ ବି ସି ସି ବ୍ୟାଙ୍କ ଡିରେକ୍ଟର ରାମ ମୋହନ ପଣ୍ଡା, ଜିଲ୍ଲା ବିଜେଡ଼ି ନେତା ରତ୍ନାକର ସାହୁ, ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଭିକାରି ଚରଣ ପାଣ୍ଡୀ, ବ୍ଲକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ବ୍ଲକ ମହିଳା

ବିଜେଡି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ସାହୁ କହେଁଇପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ଶାସମଲ ଙ୍କ ସମେତ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକ ର ବହୁ ଛାମୁଆ ନେତା ଓ ଶତାଧିକ ବିଜେଡି କର୍ମୀ ଏହି ଶ୍ରାଧ ବାର୍ଷିକୀ ସଭା ରେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |
