ଛତ୍ରପୁର , ୦୭/୦୨ – ( ନିମାଇ ଚରଣ ପଣ୍ଡା ) -:- ଗଞ୍ଜାମଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ଜାତି,କୁଳୀଣ ସମାଜରେ ଗାଁ-ବାଚ୍ଛନ୍ଦ, କୁଳ ବହିଷ୍କାର କରାଯାଇ ବ୍ୟକ୍ତିବିଶେଷ୍ୟଙ୍କ ଉପରେ ଅର୍ଥ ଜୋରିମାନା, ଆର୍ଥିକ ଓ ମାନସିକଦଣ୍ଡ ଲଦୁଛନ୍ତି । ଗାଁ,ମୁଖୀଆ, ସାହୁକାର ପଣିଆଦେଖାଇ ଲୁଣ୍ଠନ,ଭ୍ରଷ୍ଟାଚାର ଭଳି ଲୋକଙ୍କ ଉପରେ ନାନା ନିର୍ଯାତନା ଦେଉଛନ୍ତି । ପୁନଶ୍ଚ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ଜାତି କୁଳୀଣ ସମାଜ ମୁଖୀଆଙ୍କ ଆର୍ଥିକ-ଜୋରିମାନା, ହରିଲୁଟ ସମ୍ପର୍କରେ ପ୍ରଶାସନ ଠାରେ ବହୁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇ ନାହିଁ । ଫଳରେ ଜାତିସମ୍ପ୍ରଦାୟର ଲୋକମାନେ ନାନା ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ଜିଲ୍ଲାପ୍ରଶାସନ ଠାରେ ଲୋକଙ୍କର ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି । ଫଳରେ ଗ୍ରାମୀଣ କୁଳ ଜାତିର ଲୋକଙ୍କର ନାନା ସ୍ୱର ଉଠି ସମାଜ କୁ କଳୁଷିତ କରୁଛି । ଏଭଳି ଜାତି ସମ୍ପ୍ରଦାୟର ଘୋର ଆପତ୍ତି ଜନକ ବିଷୟରେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଜାତିଗୋଷ୍ଠୀ ସମୂହ ହୋ-ହାଲ୍ଲା କରି ସ୍ୱର ଉଠାଇଆସୁଛନ୍ତି ।
ପ୍ରକାଶ ଥାଉକି, ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏଭଳି ଏକ ଅଭିଯୋଗ ପତ୍ର ପ୍ରଦାନ କରି ବାଉରୀ ଜାତି ତଥା ଗଞ୍ଜାମ ଜିଲ୍ଲା ବାଲ୍ମିକୀ ଦାସ କୁଳ, ମହୁରୀ ତାଲୁକା ମହାସଂଘର ସଭାପତି ଶୂନ୍ୟ ଚନ୍ଦ୍ର ଦାସ ( ପିତା- ରଘୁ ଦାସ ) ଙ୍କ ନାମରେ ଗଞ୍ଜାମ ଏସପି, ଏବଂ ଗଞ୍ଜାମ ଜିଲ୍ଲାପାଳ ଙ୍କ ଠାରେ ଆପତ୍ତିଜନକ ଅଭିଯୋଗ ଅଣାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିନା ରେଜୁଲେସନ ରେ କୁଳ ସଂଘ ସଭାପତି ଏବଂ ଅନ୍ୟ ନେତ୍ତୃତ୍ୱଧାରୀ ଅନ୍ୟ ୪/୫ଜଣ ନିର୍ବନ୍ଧ, ବିବାହ ସାର୍ଟିଫିକେଟ, ଛାଡପତ୍ର, ଘରର କଳିକଜିଆ, ଜମିଜମା ମାମଲାଆଦିରେ କୁଳ ହିତାଧିକାରୀଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଫିସ୍ ଏବଂ ଜୋରିମାନା ଆଦାୟ କରିବା ପ୍ରଥା ସ୍ୱାଭାବିକ ହୋଇଛି । ଯାହା ଅଗଣତାନ୍ତ୍ରିକ ଭାବେ ଚାଲିଛି । ଜୋରିମାନା ନ ଦେଲେ କୁଳ, ଜାତି ସଂଘରୁ ବାଚ୍ଛନ୍ଦ କରିବା, ଗାଁ ସମାଜରୁ ବହିଷ୍କାର କରିବା ଆଦି ଅନ୍ୟାନ୍ୟ ପ୍ରଥା ଭଳି ଗାଁ ଜାତି ଲୋକଙ୍କଠାରୁ ଏଭଳି ଲୁଣ୍ଠନ ଓ ଭ୍ରଷ୍ଟାଚାର ଭଳି ଅଭିଯୋଗ ହୋଇଛି । ସୋମବାର ପ୍ରବଳ ହଟ୍ଟଗୋଳ ର ସହ କୁଳ ମୁଖିଆଙ୍କ ନାମରେ ବିଭିନ୍ନ ନାରାବାଜି ଦେଇ ସ୍ୱର ଉଠାଇଛନ୍ତି । ଅଭିଯୁକ୍ତଙ୍କ ପ୍ରତି ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଂଗକୁ ଗିରଫ କରିବା ନେଇ ଦାବୀ ହୋଇଛି ଏବଂ ଲୋକଙ୍କୁ ଦମନକରି ଲୁଟ କରିଥିବା ଅର୍ଥ ଫେରସ୍ତ କରିବାକୁ ଦାବୀ କରିଛନ୍ତି ।

